ଫାଇନାଲରେ ସ୍ଥାନ ପକ୍କା କଲା ବେଲଜିୟମ୍‌ |

ଫୋକସ ପ୍ଲସ ୨୮/୧/୨୩(ବ୍ୟୁରୋ):ପୁରୁଷ ହକି ବିଶ୍ୱକପ୍‌-୨୦୨୩ର ୨ୟ ସେମିଫାଇନାଲ ମ୍ୟାଚ୍‌ରେ ବେଲଜିୟମ୍‌ ଓ ନେଦରଲାଣ୍ଡ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ବେଲଜିୟମ୍‌ ୨(୩)-୨(୨) ଗୋଲ୍‌ରେ ନେଦରଲାଣ୍ଡକୁ ପରାସ୍ତ କରିଛି। ଏଥି ସହିତ ବିଗତ ଚାମ୍ପିଅନ୍‌ ବେଲଜିୟମ୍‌ ଫାଇନାଲ ଟିକେଟ ହାତେଇଛି। ବେଲଜିୟମ୍‌ ଓ ଜର୍ମାନି ଆସନ୍ତା ୨୯ ତାରିଖରେ ଫାଇନାଲ ମ୍ୟାଚ୍‌ ଖେଳିବେ। ଫାଇନାଲ୍‌ ମ୍ୟାଚ୍‌ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ। ନେଦରଲାଣ୍ଡ୍‌ସ ଓ ଅଷ୍ଟ୍ରେଲିଆ ୩ୟ ସ୍ଥାନ ପାଇଁ ଖେଳିବେ ୨୯ ତାରିଖ ଅପରାହ୍ନ ସାଢ଼େ ୪ଟାରେ ଲଢ଼ିବେ।ବେଲଜିୟମ୍‌ ଓ ନେଦରଲାଣ୍ଡ୍‌ସ ମଧ୍ୟରେ ମ୍ୟାଚ୍‌ କଡ଼ା ଟକ୍କର ହୋଇଥିଲା। ପ୍ରଥମ ୨ଟି କ୍ୱାର୍ଟରରେ ନେଦରଲାଣ୍ଡ୍‌ ଗୋଲ୍‌ ଦେଇଥିଲା ବେଳେ ଦ୍ୱିତୀୟ କ୍ୱାର୍ଟରରେ ବେଲଜିୟମ୍‌ଫର୍ମକୁ ଫେରିଥିଲା। ବେଲଜିୟମ ୨୬ ମିନିଟ୍‌ରେ ଗୋଲ୍‌ ଦେଇଥିଲା। ୩ୟ କ୍ୱାର୍ଟରରେ ଉଭୟ ଟିମ୍‌ ଗୋଟିଏ ଲେଖାଏଁ ଗୋଲ୍‌ (୩୫ ଓ ୪୪ ମିନିଟ୍‌) ଦେଇଥିଲେ। ଶେଷ ପର୍ଯ୍ୟନ୍ତ ଆଉ ଗୋଲ୍‌ ହୋଇପାରି ନଥିଲା।ମ୍ୟାଚ୍‌ ୨-୨ ଗୋଲ୍‌ରେ ଶେଷ ହେବାରୁ ପେନାଲ୍ଟି ସୁଟ୍‌ଆଉଟ୍‌ ଖେଳାଯାଇଥିଲା। ଆଜି ଏଠାରେ ପ୍ରଥମ ସେମିଫାଇନାଲ୍‌ ମ୍ୟାଚ୍‌ ରୋମାଞ୍ଚକର ହୋଇଥିଲା। ଉଭୟ ଅଷ୍ଟ୍ରେଲିଆ ଓ ଜର୍ମାନି ମଧ୍ୟରେ ଜୋରଦାର ଲଢ଼େଇ ହୋଇଥିଲା। ଜର୍ମାନି ଶେଷ ୨ ମିନିଟରେ ଓଲଟାପାଲଟା କରି ଅଷ୍ଟ୍ରେଲିଆକୁ ଦଳକୁ ୪-୨ ଗୋଲ୍‌ରେ ପରାସ୍ତ କରିଥିଲା। ସେମିଫାଇନାଲରେ ବିଜୟୀ ହେଲା ପରେ ଜର୍ମାନି ଏବେ ଫାଇନାଲକୁ ଉନ୍ନୀତ ହୋଇଛି।

Leave a Reply

Your email address will not be published. Required fields are marked *