ଫାଇଲ ଧରି ଅଫିସରୁ ଅଫିସ ବୁଲିଲେ ଦିଦି, ମିଲିଲାନି ହଟକୁକ ବିଲ୍

ଫୋକସ ପ୍ଲସ(ପରଜଙ୍ଗ)୧୯/୦୮/୨୦୨୨: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଗେଙ୍ଗୁଟିଆ ଅଙ୍ଗନୱାର୍ଡି ସେକ୍ଟରରେ ଥିବା ୧୯ ଜଣ ଅଙ୍ଗନୱାର୍ଡି କର୍ମୀ ସେମାନଙ୍କର ହଟକୁକ ବିଲ ପାଇନଥିବା ନେଇ ଅଭିଯୋଗ ହୋଇଛି । ବାରମ୍ବାର ପରଜଙ୍ଗ ସମନ୍ବିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟରେ ସିଡ଼ିପିଓଙ୍କୁ ଅଭିଯୋଗ ପରେ ବି ବିଲ ମିଳୁନଥିବା ଅଭିଯୋଗ ହୋଇଛି । ଏମିତି ଅଭିଯୋଗ କୁ ସାମ୍ନାକୁ ଆଣିଛନ୍ତି ଗେଙ୍ଗୁଟିଆ ଗାଁ ଅଙ୍ଗନୱାର୍ଡି କେନ୍ଦ୍ରର ଅଙ୍ଗନୱାର୍ଡି କର୍ମୀ ସୀତା ସାହୁ । ସୀତାଙ୍କ ଅଭିଯୋଗ ଅନୁଯାୟୀ ତାଙ୍କୁ ମାଣିକମରା ଗାଁ ଅଙ୍ଗନୱାର୍ଡି କେନ୍ଦ୍ରକୁ ଡେପୁଟେସନରେ ପଠା ଯାଇଥିଲା । ସେଠାରେ ସେ କୁନି କୁନି ଶିଶୁ ,ଗର୍ଭବତୀ ମହିଳା ମାନଙ୍କୁ ଅଣ୍ଡା ,ଗରମ ରନ୍ଧା ଖାଦ୍ୟ ଆଦି ପ୍ରଦାନ କରିଥିଲେ । ଏପରିକି ହଟକୁକ ବିଲରେ ତାଙ୍କର ୧୭ ହଜାର ୪୬୮ ଟଙ୍କା ବାକି ଥିବା ସେ କହିଛନ୍ତି । ଏବଂ ଗେଙ୍ଗୁଟିଆ କେନ୍ଦ୍ରର ମଧ୍ୟ ୧୫ ହଜାର ଟଙ୍କା ଆଜି ପର୍ଯ୍ୟନ୍ତ ମିଳି ପାରୁନଥିବା ପ୍ରକାଶ କରିଛନ୍ତି । ଅଙ୍ଗନୱାର୍ଡି ସୁପରଭାଇଜର ତାଙ୍କୁ ବାରମ୍ବାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏଯାବତ ଟଙ୍କାଟିଏ ମଧ୍ୟ ମିଳି ପାରିନାହିଁ ।ୟା ଭିତରେ ସିଡିପିଓଙ୍କର ଅବସର ହେବା ପରେ ଟଙ୍କା ପାଇବାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ସୀତା । ସେକ୍ଟରରେ ଥିବା ୧୯ ଜଣଙ୍କର ଟଙ୍କା ଆଜି ପର୍ଯ୍ୟନ୍ତ ମିଳି ପାରୁନଥିବା ସେ ପ୍ରକାଶ କରିଛନ୍ତି । ଏ ନେଇ ସିଡିପିଓ ଚାର୍ଜରେ ଥିବା ପରଜଙ୍ଗ ବିଡିଓଙ୍କୁ ଅଭିଯୋଗ କରିଛନ୍ତି ସୀତା । ତେବେ ଲିଗାଲ ଭାବରେ ଯଦି ସେ ଟଙ୍କା ଖର୍ଚ୍ଚ କରିଥିବେ ନିଶ୍ଚିତ ଭାବେ ସେମାନେ ସେମାନଙ୍କର ଟଙ୍କା ପାଇବେ ବୋଲି ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ ପ୍ରକାଶ କରିଛନ୍ତି ।

ପରଜଙ୍ଗ ରୁ ଆଶିଷ ପଣ୍ଡାଙ୍କ ରିପୋର୍ଟ ଫୋକସ ପ୍ଲସ ।

Leave a Reply

Your email address will not be published. Required fields are marked *