ଫାଷ୍ଟଫୁଡ୍ ଦୋକାନରେ ଦୋକାନୀ ମାଲିକଙ୍କ ମୃତଦେହ ଉଦ୍ଧାର

ଫୋକସ ପ୍ଲସ (କଟକ): ଫାଷ୍ଟଫୁଡ୍ ଦୋକାନରେ ମାଲିକଙ୍କ ମୃତଦେହ ଉଦ୍ଧାର |ମାହାଙ୍ଗା ଥାନା ଛତ୍ରତୋଟା ବଜାରରେ ଥିବା ବାପିନା ଫାଷ୍ଟ ଫୁଡ୍ ଦୋକାନ ଭିତରେ ଦୋକାନ ମାଲିକ ପ୍ରଶାନ୍ତ ବେହେରାଙ୍କ ମୃତ ଦେହ ପଡ଼ିଥିବା ସୂଚନା ମିଳିଥିଲା ।ପ୍ରତିଦିନ ଭଳି ପ୍ରଶାନ୍ତ ଫାଷ୍ଟଫୁଡ୍ ଦୋକାନ ବନ୍ଦକରି ଦୋକାନ ଭିତରେ ଶୋଇବାକୁ ଯାଇଥିଲା,ସକାଳୁ ଘରକୁ ଫେରିବାକୁ ବିଳମ୍ବ ହେବାରୁ ବାପା କୁଳମଣି ବେହେରା ଦୋକାନକୁ ଆସି କବାଟ ବାଡ଼େବା ପରେ କେହି ଖୋଲି ନଥିଲେ,ଫଳରେ ବଜାରରେ ଥିବା କିଛି ଲୋକ ଓ ପ୍ରଶାନ୍ତର ବାପା ଦୋକାନ କବାଟ ଭାଙ୍ଗି ଦେଖିଲା ବେଳକୁ ପ୍ରଶାନ୍ତ ମୃତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ,ପ୍ରଶାନ୍ତ ଅଧିକ ନିଶା ସେବନ କରି ସୋଇଥିବା ବେଳେ ହାର୍ଟ ଅଟାକରେ ମୃତ୍ୟୁ ହୋଇଥିବା ଲୋକମାନେ କହିଛନ୍ତି,ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣା ସ୍ଥଳରେ ମାହାଙ୍ଗା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

କଟକ ମାହାଙ୍ଗାରୁ ହେମନ୍ତ ଦାସଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *