ଫିଜୋଥୋରାପି କେନ୍ଦ୍ରକୁ ଘୁଞ୍ଚାଇବାକୁ ବିରୋଧ

ଫୋକସ ପ୍ଲସ(ଗଜପତି)୪/୦୯/୨୦୨୨: ପାରଳାଖେମୁଣ୍ଡି ସହରାଞ୍ଚଳ ପ୍ରାଥମିକ ଚିକିତ୍ସାଳୟରେ ଗତ ଅଗଷ୍ଟ ପନ୍ଦର ତାରିଖରୁ ସ୍ଥାନୀୟ ବାସିନ୍ଦାଙ୍କ ସୁବିଧା ପାଇଁ ଏକ ଫିଜୋଥୋରାପି କେନ୍ଦ୍ର ର ଶୁଭାରମ୍ଭ କରାଯାଇଥିଲା ।ଏହା ଦ୍ବାରା ସ୍ଥାନୀୟ ଫିଜୋଥୋରାପି ରୋଗୀମାନେ ବହୁତ ଉପକୃତ ହେଇଆସୁଛନ୍ତି । ନୂତନ ଭାବେ ଖୋଲା ଯାଇଥିବାରୁ ଏବଂ ନିକଟରେ ସୁବିଧା ପାଉଥିବାରୁ ବହୁ ବରିଷ୍ଠ ନାଗରିକ ମଧ୍ୟ ଏଠାକୁ ଆସି ସୁବିଧା ପାଉଥିଲେ । କିନ୍ତୁ ବର୍ତ୍ତମାନ ଏହାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଫିଜୋଥୋରାପି କେନ୍ଦ୍ରସହ ମିଶାଇ ଦେବାକୁ ସରକାରୀ ସ୍ତରରେ ନିର୍ଣ୍ଣୟ କରାଯାଇଛି । ଏହାକୁ ନେଇ ସ୍ଥାନୀୟ ଜନସାଧାରଣ ବିରୋଧ କରିଛନ୍ତି ଏବଂ ତୁରନ୍ତ ଏହି ନିଷ୍ପତ୍ତି କୁ ପ୍ରତ୍ୟାହାର କରିବା ପାଇଁ ଦାବି କରିଛନ୍ତି । ସ୍ଥାନୀୟ କାଉନସିଲର ବାବୁ ପାତ୍ର, ପୈାରାଧ୍ୟକ୍ଷା ନିର୍ମଳା ସେଠୀଙ୍କ ସମେତ ଫିଜୋଥୋରାପି କେନ୍ଦ୍ରକୁ ଆସୁଥିବା ଲୋକମାନେ ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଅବଗତ କରିବେ ବୋଲି କହିଛନ୍ତି ।

 

ଗଜପତି ରୁ ପାରଳାଖେମୁଣ୍ଡି ଙ୍କ ରିପୋର୍ଟ ଫୋକ୍ସ ପ୍ଲସ |

 

 

Leave a Reply

Your email address will not be published. Required fields are marked *