ଫୋକସ ପ୍ଲସ 20/5/22:ପୁଣି ଆନ୍ଦ୍ରର ଦାଦାଗିରି;ଓଡ଼ିଶା ମାଟିରେ ଆନ୍ଧ୍ରର ଦାଦାଗିରି। ଓଡ଼ିଶା ମାଟିରେ ଚାଲୁଥିବା ଉନ୍ନୟନ ମୂଳକ କାର୍ଯ୍ୟକୁ ଓଡ଼ିଶା ଭିତରେ ପସି ବନ୍ଦ କରୁଛି ଆନ୍ଧ୍ର।କୋଟିଆ ପଞ୍ଚାୟତର ନେରେଡିବାଲସା ଠାରେ କାର୍ଯ୍ୟ ବନ୍ଦ କରିଛି ଆନ୍ଧ୍ର। ବସୁଧା ଯୋଜନାରେ ପ୍ରତ୍ୟେକ ଘରକୁ ଜଳ ଯୋଗାଇବା ନିମନ୍ତେ ଠିକାଦାର କାମ କରୁଥିବା ବେଳେ ଆନ୍ଧ୍ରର କିଛି ଅଧିକାରୀ ଆସି କାମ ବନ୍ଦ କରିଛନ୍ତି। ଆନ୍ଧ୍ର ସରକାର ନିର୍ମାଣ କରିଥିବା ରାସ୍ତା ଠିକାଦାର ବିନା ଅନୁମତିରେ ଖୋଲିଥିବା ନେଇ ଥାନାରେ ଏତଲା ମଧ୍ୟ କରିଥିବା ସୁଚନା।
ଗାଁରେ ପାଣି ଟାଂକି ସ୍ଥାପନା କରି ସେଥିରୁ ଘର କୁ ଜଳ ଯୋଗାଇ ବା ପାଇଁ ରାସ୍ତା ଖୋଳି ପାଇପ ବିଛାଇଥିବା ସମୟରେ ସାଲୁର୍ ମଣ୍ଡଲମ୍ ର କିଛି ସରକାରୀ ଅଧିକାରୀ ଆସି ରାସ୍ତା ଗୁଡ଼ିକ ଆନ୍ଧ୍ର ସରକାରଙ୍କ ଦ୍ୱାରା ନିର୍ମାଣ କରାଯାଇଥିବା ଯୋଗୁଁ ତାକୁ ଖୋଳିବାକୁ ମନା କରିଛନ୍ତି । ଏ ସଂକ୍ରାନ୍ତରେ ସେମାନେ ଏହି କାମ କରୁଥିବା ଠିକାଦାର ବିରୁଦ୍ଧରେ ସାଲୁର୍ ରୁରାଲ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି ।ତେବେ ଏ ସମ୍ପର୍କ ରେ ପ୍ରଶାସନିକ ଅଧିକାରୀଙ୍କ ପ୍ରତିକିୟା ମିଳିନି ।