ଫୁଣି ଦେଖିବାକୁ ମିଳିଲା ମାଓ ପୋଷ୍ଟର

ଫୋକସ ପ୍ଲସ 20/5/22 (ନବରଙ୍ଗପୁର):ପୁଣି ମାଓ ପୋଷ୍ଟର ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ହାତୀଗାଁ ପଂଚାୟତ ର ହାତୀଗାଁ ଯିବା ମୁଖ୍ୟରାସ୍ତା ର ପୁଞ୍ଜି ଡଙ୍ଗରି ନିକଟ ରେ ମାଓବାଦୀଙ୍କ ଦ୍ୱାରା ଗଛ କାଟି ରାସ୍ତା ଅବରୋଧ କରି ପୋଷ୍ଟର ମାରିଥିବାର ଦେଖିବାକୁ ମିଳିଛି!ଏହି ପୋଷ୍ଟର ରେ ମେ ମାସ 20 ତାରିଖ 2022 ରେ ଓଡିଶା ଏବଂ ପୂର୍ବ ଛତିଶଗଡ଼ ଗୋଟିଏ ଦିନ ପାଇଁ ବନ୍ଦ ସଫଳ କରନ୍ତୁ ବୋଲି ହିନ୍ଦୀ ଭାଷାରେ ଲେଖା ହୋଇ ଥିବାର ଦେଖିବାକୁ ମିଳିଛି!ଅନ୍ୟ ଏକ ପୋଷ୍ଟର ରେ ଫାସିବାଦୀ ସମାଧାନ ପ୍ରହାର ଦମନ ଅଭିଯାନ ର ବିରୁଦ୍ଧରେ ଓଡିଶା ଏବଂ ପୂର୍ବ ଛତିଶଗଡ ମେ ମାସ 20ତାରିଖ ରେ ଗୋଟିଏ ଦିନ ବନ୍ଦ ସଫଳ କରନ୍ତୁ!କେନ୍ଦ୍ର, ରାଜ୍ୟ ସରକାରଙ୍କ ଜନବିରୋଧୀ, ଦମନକାରି ନୀତି ର ବିରୁଦ୍ଧରେ ଆନ୍ଦୋଳନ ତେଜ କରନ୍ତୁ!ଭାକପା(ମାଓବାଦୀ)ଓଡିଶା ରାଜ୍ୟ କମିଟି ବୋଲି ଉଲ୍ଲେଖ କରାଯାଇଛି!ଉକ୍ତ ପୋଷ୍ଟର କୁ ଦେଖି ଅଞ୍ଚଳବାସୀ ଭୟଭୀତ ହୋଇ ରହିଛନ୍ତି |

Leave a Reply

Your email address will not be published. Required fields are marked *