ଫେବୃଆରୀ ପହିଲାରୁ କାଳିଆ ଦର୍ଶନ

ଫେବୃଆରୀ ପହିଲାରୁ କାଳିଆ ଦର୍ଶନ। ଦୀର୍ଘ 20 ଦିନପରେ ଖୋଲିବ ଶ୍ରୀମନ୍ଦିର। କରୋନା କଟକଣା ଗାଇଡଲାଇନ ମାନି ଜଗା ଦର୍ଶନ କରିବେ ଭକ୍ତ। ଆଜି ଅନୁଷ୍ଠିତ ହୋଇଥିବା ଛତିଶା ନିଯୋଗ ବୈଠକରେ ଏନେଇ ନିଷ୍ପତ୍ତି ହୋଇଥିବା ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ଏଥିରେ ଶ୍ରୀମନ୍ଦିରର ସବୁ ସେବାୟତ ଓ ଜିଲ୍ଲାପ୍ରଶାସନର ଅଧିକାରୀମାନେ ଯୋଗଦେଇଥିଲେ। ସୂଚନା ଅନୁଯାୟୀ ୨୦୦ରୁ ୩୦୦ ସେବାୟତ ନେଇସାରିଛନ୍ତି ବୁଷ୍ଟର ଡୋଜ୍ । ଆଉ ଅନ୍ୟ ସବୁ ସେବାୟତଙ୍କୁ ବୁଷ୍ଟର ଡୋଜ୍ ଦେବାକୁ ଉଦ୍ୟମ ଜାରି ରହିଛି । ତେବେ ପୂର୍ବ ଭଳି ରବିବାର ବନ୍ଦ ରହିବ ଶ୍ରୀମନ୍ଦିର । ସେହି ଦିନ ମନ୍ଦିରକୁ ସମ୍ପୂର୍ଣ ସାନିଟାଇଜ୍‌ କରାଯିବ। ସେପଟେ ଦର୍ଶନ ପୁରୀବାସୀ ପଶ୍ଚିମ ଦ୍ୱାର ଦେଇ ମନ୍ଦିରକୁ ପ୍ରବେଶ କରିବେ ଏବଂ ଅନ୍ୟ ଭକ୍ତମାନେ ପୂର୍ବଦ୍ୱାର ଦେଇ ମନ୍ଦିର ଭିତରକୁ ପ୍ରବେଶ କରିବେ ।

Leave a Reply

Your email address will not be published. Required fields are marked *