ଫେସବୁକରେ ହନିଟ୍ରାପ, ଲୁଟୁଥିଲେ ଲକ୍ଷଲକ୍ଷ ଟଙ୍କା

ଫୋକସ ପ୍ଲସ ୧୨/୬/୨୨ (ବାଲେଶ୍ୱର): ବିଦେଶୀ ନାଗରିକ ଫେସବୁକରେ ହନିଟ୍ରାପ କରି ଲୁଟୁଥିଲେ ଲକ୍ଷ ଲକ୍ଷ ଟଙ୍କା। ଲୁଟେରାକୁ ଧରିଲା ବାଲେଶ୍ବର ସାଇବର ପୋଲିସ। ଧରାପଡ଼ିଲା ବଡ଼ ସାଇବର ଲୁଟେରା। 30 ଲକ୍ଷ ଟଙ୍କା ଲୁଟ ଅଭିଯୋଗ ରେ ଜଣେ ବିଦେଶୀ ନାଗରିକକୁ ଗିରଫ ପରେ 3 ଦିନିଆ ରିମାଣ୍ଡ ରେ ଆଣିଲା ବାଲେଶ୍ୱର ସାଇବର ଥାନା ପୋଲିସ । ଗିରଫ Samson Emeke Alika ହେଉଛନ୍ତି ନାଇଜେରିଆ ର ବାସିନ୍ଦା । ଫେସବୁକ ରେ ହୋନିଟ୍ରାପ କରି ବାଲେଶ୍ୱର ର ଜଣେ ବ୍ୟକ୍ତିଙ୍କ ନିକଟରୁ ନେଇଥିଲେ 30 ଲକ୍ଷ ଟଙ୍କା । ତାଙ୍କ ନିକଟରେ ଗୋଟିଏ ଭିସା ଅବଧି ଶେଷ ହୋଇଥିବା ମିଳିଥିବା ବେଳେ ଗୋଟିଏ ନକଲି ଭିସା ମିଳିଥିବା ସୂଚନା। ସେହିପରି ଗୋଟିଏ ଲାପଟୋପ , 6 ଲକ୍ଷ ମଧ୍ୟ ଜବତ । ଦିଲ୍ଲୀରେ ରହି ସୋସିଆଲ ମିଡିଆ ରେ ଠକୁଥିଲେ ଲୋକଙ୍କୁ । ଦିଲ୍ଲୀ ପୋଲିସ ଧରିବା ପରେ 3 ଦିନିଆ ରିମାଣ୍ଡ ରେ ଆଣିଛି ବାଲେଶ୍ୱର ସାଇବର ପୋଲିସ।

ବାଲେଶ୍ୱର ରୁ ଗୁରୁ ପ୍ରସାଦ ବାରିକ୍ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *