ଫୋକସ ପ୍ଲସର ମହାପ୍ରଭାବ ଭିନ୍ନକ୍ଷମ ବାଳକକୁ ମିଳିଲା ସହାୟତା

ଫୋକସ ପ୍ଲସ ୧୧/୬/୨୨(ବଡ଼ଚଣା): ଫୋକସ ପ୍ଲସର ମହାପ୍ରଭାବ, ଗତ କିଛି ଦିନ ହେବ ଆମ ଚାନେଲ ମାଧ୍ୟ୍ୟମ ରେ ପ୍ରସାରିତ ହୋଇଥବା, ବଡ଼ଚଣା ବ୍ଲକ କାଇମାଟିଆ ଗ୍ରାମର ରମେଶ ହେହୁରୀଙ୍କ ସାନ ପୁଅ ସତ୍ୟାନନ୍ଦ ଦେହୁରୀ ବୟସ ମାତ୍ର ୪ ବର୍ଷ | ଖେଳିବା, ଚାଲିବା, ବୁଲିବା ବୟସରେ ଗୋଟିଏ ଗୋଡ ସାହାରାରେ ସତ୍ୟାନନ୍ଦ |ଜନ୍ମରୁ ଭିନ୍ନକ୍ଷମ ଛୁଆଟି ର ବାମ ଗୋଡ଼ ନଥିବାରୁ ଗୋଟିଏ ଗୋଡ଼ରେ ଜୀବନ ସହ ସଂଘର୍ଷ କରୁଅଛି | ସେଥିରେ ପୁଣି ବାମ ହାତର ପାଞ୍ଚ ଆଙ୍ଗୁଠି ରୁ ଗୋଟିଏ ଆଙ୍ଗୁଠି ନାହିଁ ତା ସାଙ୍ଗକୁ କୋଷ ଘରେ,ପରିସ୍ରା କଲାବେଳେ ଓ କାନ୍ଦିଲା ବେଳେ ଫୁଲି ଯାଉଛି କଷ୍ଟ ରେ ଛଟପଟ ହେଉଛି ନିଷ୍ପାପ ଶିଶୁଟି |ତେଣୁ କହି ରଖୁଛୁ ଯେ, ଏହି ଶିଶୁଟି ର ଖବର ଆମ ଫୋକସ ପ୍ଲସ ଚ୍ୟାନେଲ ରେ ପ୍ରସାରଣ ହେବା ପରେ ତୁରନ୍ତ ଖବର ପାଇଁ ବଡ଼ଚଣା ବ୍ଲକର ମହାବାହୁ ସଂଗଠନ ଓଡିଶା ଟ୍ରଷ୍ଟ ତରଫରୁ, ଆସି ରମେଶ ଦେହୁରୀ ଙ୍କ ଘରେ ପହଞ୍ଚି, ଭିନ୍ନକ୍ଷମ ସତ୍ୟାନନ୍ଦ କୁ ଦେଖି,ଅତ୍ୟନ୍ତ ମର୍ମାହତ ହୋଇପଡ଼ିଥିଲେ , ଯେତେ ସ୍ରିଘ ହେବ କୁନି ସତ୍ୟାନନ୍ଦ ର ଚିକିତ୍ସା ହୋଇ ପାରିବ ସେଥିପତି ମତ ପ୍ରକାଶ କରିବା ସହ ତୁରନ୍ତ କେମିତି ଓଡିଶା ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଯୋଜନା ମାଧ୍ୟ୍ୟମରେ,ଟାଙ୍ଗୀ ସ୍ଥିତ ପଦ୍ମିନୀ କେୟାର ହସ୍ପିଟାଲ କୁ ନେଇ ହସ୍ପିଟାଲର କର୍ମଚାରି ଉମାକାନ୍ତ ବେହରାଙ୍କ ସହଯୋଗେ କ୍ରମେ ଶୁଚିନ୍ତିତ ଡାକ୍ତରଙ୍କ ପରାମର୍ଶ ରେ ଉର୍ଣ୍ଣତ ମାନର ଚିକିତ୍ସା ହୋଇପାରିବ କହିଛନ୍ତି ମହାବାହୁ ସଂଗଠନ ଓଡିଶା ଟ୍ରଷ୍ଟର ପ୍ରତିଷ୍ଠାତା ଶିବ ପ୍ରସାଦ ସାମଲ |

Leave a Reply

Your email address will not be published. Required fields are marked *