ବଉଳଗାଁ ସମବାୟ ସମିତି ସଭାପତି ନିର୍ଦ୍ୱନ୍ଦ ନିର୍ବାଚିତ

ଫୋକସ ପ୍ଲସ (ଛତ୍ରପୁର)୨୩/୦୬/୨୦୨୨: ଛତ୍ରପୁର ବ୍ଲକ ସମବାୟ ସମିତି ଅଧିନ ବଉଳଗାଁ ପ୍ରାଥମିକ କୃଷି ସେବା ସମବାୟ ସମିତିର ସଭାପତି ଭାବେ ସାଇବ ପାଣିଗ୍ରାହୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଯାଇଛନ୍ତି । ପୂର୍ବରୁ ଏହି ସମିତିର ୧୫ ଜଣ ବୋର୍ଡ ସଭ୍ୟ ମଧ୍ୟ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ। ବୁଧବାର ଅନୁଷ୍ଠିତ ନିର୍ବାଚନରେ ଏକମାତ୍ର ପ୍ରାର୍ଥୀ ସାଇବ ପାଣିଗ୍ରାହୀ ସଭାପତି ପଦବୀ ପାଇଁ ସମର୍ଥକ ଲିଙ୍ଗରାଜ ବେହେରା ଓ ପ୍ରସ୍ତାବକ ଲୋକନାଥ ବେହେରା ରହି ନାମାଙ୍କନ ପତ୍ର ଦାଖଲ କରିଥିଲେ। ତାଙ୍କ ବିପକ୍ଷରେ କେହି ପାର୍ଥୀ ପତ୍ର ଦାଖଲ କରିନଥିବାରୁ ତାଙ୍କୁ ସଭାପତି ଭାବରେ ଘୋଷଣା କରାଯାଇଛି । ନିର୍ବାଚନ ଅଧିକାରୀ ଭାବେ ପ୍ରଫୁଲ କୁମାର ସାହୁ ପରିଚାଳନା କରିଥିଲେ। ଶ୍ରୀ ପାଣିଗ୍ରାହୀ ସଭାପତି ରୂପେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲା ପରେ ସେ ବରିଷ୍ଠ ବିଜେଡି ନେତା ଅଶୋକ କୁମାର ପାଣିଗ୍ରାହୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ବ୍ଲକ ଅଧ୍ୟକ୍ଷା କିରଣ କୁମାରୀ ଦାସ ଓ ବ୍ଲକ ଉପାଧ୍ୟକ୍ଷା ସାଡି ଶାରଦା ରେଡ୍ଡୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *