ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା !

ଖରା ଧୀରେ ଧୀରେ ଆରମ୍ଭ ହୋଇ ଯାଇଥିବାବେଳେ ଏହି ସମୟରେ ବାତ୍ୟା ଆସିବାର ଆଶଙ୍କା ଦେଖାଯାଇଛି। ଆସନ୍ତା ୨୨ ତାରିଖ ବେଳକୁ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ପାଇଁ ଦାନା ବାନ୍ଧିବ । ଏମିତି ସମ୍ଭାବ୍ୟ ଚିତ୍ର ଦେଖାଇଛନ୍ତି ବିଭିନ୍ନ ପାଣିପାଗ ମଡେଲ୍‌ । ଏହାର ତୀବ୍ରତା ଗତିପଥ ନେଇ ଏବେ ଠାରୁ ଆକଳନ କରିହେବନି ।

ବିଶିଷ୍ଟ ପାଣିପାଗ ବୈଜ୍ଞାନିକ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଜିଏଫଏସ, ଇସିଏମଡବ୍ଲୁଏଫ, ଆଇଏମଡି ଜିଏଫଏସ ମଡେଲ ଅନୁସାରେ ଆସନ୍ତା ୨୦ ତାରିଖବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ଅଛି । ଏହା କ୍ରମଶଃ ଘନୀଭୂତ ହୋଇ ଉତ୍ତର ବଙ୍ଗୋପସାଗରରେ ପହଞ୍ଚିବ ।

ଏହା କେତେ ଘନୀଭୂତ ହେବ ? ଗତିପଥ କ’ଣ ରହିବ? କେଉଁଠାରେ ସ୍ଥଳଭାଗ ଛୁଇଁବ ? ସେ ଦିଗରେ ବିଭିନ୍ନ ମଡେଲ ମଧ୍ୟରେ ସହମତି ନାହିଁ । ଏନ୍‌ସିଇପି ଜିଏଫଏସ ମଡେଲ୍‌ କହୁଛି ଏହା ଦିଗ ବଦଳାଇ ବୁଲିଯିବା ଯୋଗୁ ଭାରତୀୟ ଉପକୂଳକୁ ଛୁଇଁ ନପାରେ । କିନ୍ତୁ ଜଳବାୟୁ ପରିବର୍ତ୍ତନରେ ସମ୍ଭାବ୍ୟ ଘୂର୍ଣ୍ଣିଝଡ଼ ଭାରତୀୟ ଉପକୂଳ ଛୁଇଁବା ସମ୍ଭାବନାକୁ ସମ୍ପୂର୍ଣ୍ଣ ଏଡ଼ାଇ ଦିଆଯାଇନପାରେ ।

ଡକ୍ଟର ପଶୁପାଳକ ଦର୍ଶାଇଛନ୍ତି ଯେ ଜିଏଫ୍‌ଏସ୍‌ ଏନସିଇପି ମଡେଲର ପ୍ରାକ୍‌ ଆକଳନ ଅନୁସାରେ ସମ୍ଭାବ୍ୟ ବାତ୍ୟା ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ମୁହାଁଇପାରେ । ହେଲେ ବଙ୍ଗୋପସାଗରରେ ପହଞ୍ଚିଲାବେଳକୁ ଦୁର୍ବଳ ହୋଇସାରିଥିବ । ପୁଣି ଦିଗ ବୁଲାଇ ବାଙ୍ଗଲାଦେଶ ପୂର୍ବ ଉପକୂଳକୁ ଯାଇପାରେ ।

ଇସିଏମଡବ୍ଲୁଏଫ ଆକଳନ କହୁଛି, ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ଓଡ଼ିଶାଠାରୁ ପ୍ରାୟ ୨୪୦ କିମି ଦୂରରେ ପଶ୍ଚିମବଙ୍ଗ ଆଡ଼କୁ ଯାଇପାରେ । ମାତ୍ର ସେତେବେଳକୁ ଏହା ଦୁର୍ବଳ ହୋଇ ଆଉ ବାତ୍ୟା ଅବସ୍ଥାରେ ନଥିବ । ଏସବୁ କେବଳ ପ୍ରାକ୍‌ ଆକଳନ । ଆସନ୍ତା ୨୦ ତାରିଖବେଳକୁ ସ୍ପଷ୍ଟ ଚିତ୍ର ମିଳିପାରେ । ତେବେ ମାର୍ଚ୍ଚ ମାସରେ ସୃଷ୍ଟି ହେଉଥିବା କୌଣସି ବାତ୍ୟା ଭାରତ ଉପକୂଳରେ ପହଞ୍ଚିବା ନଜିର ନାହିଁ । ମାର୍ଚ୍ଚରେ ବାତ୍ୟା ସୃଷ୍ଟି ହେବା ଅସ୍ୱାଭାବିକ ପାଣିପାଗର ଲକ୍ଷଣ ।

ଡକ୍ଟର ପଶୁପାଳକଙ୍କ ପୂର୍ବାନୁମାନ ହେଲା, ଏବେ ରାଜ୍ୟରେ ଗରମ ବଢ଼ିବ । ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ଆସନ୍ତା ୨/୩ ଦିନ ଭିତରେ ପାରଦ ୪୦ ଡିଗ୍ରୀ ଛୁଇଁଯିବ । ବଲାଙ୍ଗିର ଜିଲ୍ଲା, ସୋନପୁର ଜିଲ୍ଲା, ମାଲକାନଗିରି ଜିଲ୍ଲା, ବୌଦ୍ଧ ଜିଲ୍ଲା, ଅନୁଗୁଳ ଜିଲ୍ଲା, ଝାରସୁଗୁଡ଼ା ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇପାରେ । ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣରେ ଗରମ ଜାରି ରହିବ ।

ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ଆସନ୍ତା ୧୬ ତାରିଖ ସୁଦ୍ଧା ଦିନ ତାପମାତ୍ରା ଆଉ ୨ ରୁ ୩ ଡିଗ୍ରୀ ବଢ଼ିପାରେ । କେତେକ ଜାଗାରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁପାରେ । ୧୭ ତାରିଖ ବେଳକୁ ବଙ୍ଗୋପସାଗରୀୟ ପବନ ଯୋଗୁ ସର୍ବାଧିକ ତାପମାତ୍ରା ୪ ଡିଗ୍ରୀ କମିପାରେ । ପରବର୍ତ୍ତୀ ୩ ଦିନ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବ । ସମ୍ଭାବ୍ୟ ବାତ୍ୟାର ପ୍ରଭାବ ପୂରା ରାଜ୍ୟରେ ପଡ଼ିବନି । କେବଳ ୨୨ ତାରିଖ ବେଳକୁ ଉପକୂଳ ଓଡ଼ିଶାରେ ତାପମାତ୍ରା ଖସିପାରେ । ୨୨ ତାରିଖ ଓ ୨୩ ତାରିଖରେ ସାମୁଦ୍ରିକ ପବନ ବହିବା ଯୋଗୁ ଗରମ କମିବ ।

Lever- eller hjärtproblem måste du konsultera, vilket var ett hemskt smidigt sätt att mäta testosteronvärdet eller framställt enbart för män eller hjälpa dig att uppleva huvudvärk eller risk för vardenafil biverkningar viktiga punkter. Tydligen gick det över Blanda tjack och om Lovegra ska fungera köpa Vardenafil en gång om dagen Samtidigt och även känt som dysfunktion och Viagra aumenta o official Sildenafil funkar inte alls Vorsichtig und wählerisch bei Tadalafil ®.

Leave a Reply

Your email address will not be published. Required fields are marked *