ବଙ୍ଗୋପସାଗରରେ ଆଜି ସୃଷ୍ଟି ହେବ ଲଘୁଚାପ, ୧୬ରେ ପ୍ରବଳ ବର୍ଷା; ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଘୁଚାପ ଆଣୁଛି ବର୍ଷା । ଭିଜିବ ଓଡ଼ିଶା । ଦକ୍ଷିଣ ଆଣ୍ଡମାନ ସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ କ୍ଷେତ୍ର। ଆଜି ଏହା ଲଘୁଚାପରେ ପରିଣତ ହେବ । ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଅଧିକ ଘନୀଭୂତ ହେବ ସମ୍ଭାବ୍ୟ ଲଘୁଚାପ । ୧୬ ତାରିଖ ବେଳକୁ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆହୁରି ଘନୀଭୂତ ହୋଇ ଅବପାତର ରୂପ ନେବା ସମ୍ଭାବନା ରହିଛି ।

ଲଘୁଚାପ ପ୍ରଭାବରେ କାଲିଠାରୁ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ୧୬ତାରିଖରେ ବଢିବ ବର୍ଷା ପରିମାଣ। ୧୬ରେ ପ୍ରବଳ ବର୍ଷା ନେଇ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ୧୭ତାରିଖ ପର୍ଯ୍ୟନ୍ତ ଲାଗି ରହିବ ବର୍ଷା। ଲଘୁଚାପ ପ୍ରଭାବରେ ଅଶାନ୍ତ ରହିବ ବଙ୍ଗୋପସାଗର। ଘଣ୍ଟା ପ୍ରତି ୫୫ରୁ ୬୫ କିମି ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ସମୁଦ୍ର ମଧ୍ୟକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।

Leave a Reply

Your email address will not be published. Required fields are marked *