ଛତ୍ରପୁର: ମା’ ଶ୍ୟାମ କାଳୀ ପୂଜା ପାଇଁ ଚଳଚଞ୍ଚଳ ବଡ଼ମାଧପୁର ପଞ୍ଚାୟତ । ପୂଜା ପାଠ ଘଣ୍ଟ ହୁଳାହୁଳି ରେ କମ୍ପିତ ସାରାପରିବେଶ । ପୂଜା କମିଟି ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥିବା ବେଳେ । ଆଲୋକ ମାଳରେ ସଜେଇ ହୋଇଛି ବଡ଼ମାଧପୁର । ଅଞ୍ଚଳରେ ପ୍ରସିଦ୍ଧ ମା ଶ୍ୟମାକାଳୀ ପୂଜା ଦେଖିବା ପାଇଁ ଭକ୍ତ ଙ୍କ ଭାରିଭିଡ଼ । ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡମାଧପୁର ଗ୍ରାମର ଧିରେଶ୍ୱର ମନ୍ଦିର ମୁଖ୍ୟରାସ୍ତା ପାର୍ଶ୍ଵରେ ମହାସମାରୋହରେ ଶ୍ୟାମାକାଳୀ ପୂଜା ଅନୁଷ୍ଠିତ ହୋଇଯାଇଛି। ଏହି ପୂଜା ଦୀର୍ଘ ସାତ ଦିନ ଧରି ଚାଲୁ ରହିବା ନେଇ ସୂଚନା ଦେଇଛି ପୂଜା କମିଟି । ପ୍ରତ୍ୟେକ ସନ୍ଧ୍ୟା ସମୟରେ ମହା ଆଳତୀ ହେଉଅଛି। ଆଖପାଖ ଅଞ୍ଚଳର ପ୍ରବଳ ଲୋକଙ୍କ ଭିଡ଼ ଏଠାରେ ଜମେ। ଶ୍ୟାମାକାଳୀ ପୂଜା ପାଇଁ ଏହି ଗ୍ରାମ ପ୍ରସିଦ୍ଧ ।ଆମୋଦପ୍ରମୋଦ ପାଇଁ କୁନିକୁନି ପିଲାମାନଙ୍କ ପାଇଁ ବିଭିନ୍ନ ଖେଳ ଉପକରଣ ଷ୍ଟଲ ସହ ମିନା ବଜାର ର ମଜା ଉଠାଉଛନ୍ତି ଭକ୍ତ ମାନେ । ଏହି ପୂଜା ଆସନ୍ତା ରବିବାର ପର୍ଯ୍ୟନ୍ତ ଚାଲୁ ରହିବ। ବଡମାଧପୁର ଗ୍ରାମବାସୀଙ୍କ ସମ୍ପୂର୍ଣ୍ଣ ସହଯୋଗରେ ଏହି ପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଆସୁଛି ।