ବଡ଼ମେଡିକାଲରେ ବଡ଼ ଦୁର୍ଘଟଣା

କଟକ: ବଡ଼ମେଡିକାଲରେ ଆଜି ବଡ଼ ଦୁର୍ଘଟଣା ଘଟିଛି। ନିର୍ମାଣ କାର୍ଯ୍ୟ ଚାଲୁଥିବାବେଳେ ଏକ କ୍ରେନ୍‌ ଭାଙ୍ଗିପଡ଼ିଛି। ଫଳରେ ଘଟଣାସ୍ଥଳରେ ୩ ଜଣ ଶ୍ରମିକ ଆହତ ହୋଇଥିବା ସୂଚନା ମିଳିଛି। ଏସସିବି ସେକେଣ୍ଡ କ୍ୟାମ୍ପସରେ ନିର୍ମାଣ କାର୍ଯ୍ୟ ଚାଲୁଥିବାବେଳେ କେଉଁ କାରଣରୁ କ୍ରେନ୍‌ଟି ଭାଙ୍ଗି ପଡ଼ିଛି ସେନେଇ ସ୍ପଷ୍ଟ ଜଣା ପଡ଼ିନି। ଆଶଙ୍କା କରାଯାଉଛି କି ଓଭର ଲୋଡ୍ ଯୋଗୁଁ ଟାୱାର କ୍ରେନ୍ ଭାଙ୍ଗି ପଡ଼ିଛି। ତେବେ ଘଟଣାସ୍ଥଳରେ ଉଦ୍ଧାକାରୀ ଟିମ୍ ପହଞ୍ଚିଥିବା ଖବର ମିଳିଛି।

Leave a Reply

Your email address will not be published. Required fields are marked *