ବଢ଼ିଲା ଆସ୍କା-୪୦ ଓ ବିୟର୍ ଦାମ୍। ଆସ୍କା ୪୦ ସାଙ୍ଗକୁ ବିୟରର ଦାମ୍ ୧୦ ଟଙ୍କାଙ୍କୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ବିୟର୍ ବୋତଲ ପିଛା ୧୦ ଟଙ୍କା ଦର ବଢ଼ିଥିବା ବେଳେ ଏବେ ଆସ୍କା-୪୦ର ଦାମ୍ ୬୦ ଟଙ୍କାରୁ ୭୦ ଟଙ୍କାକୁ ବୃଦ୍ଧି ପାଇଛି।
ଗତ ଡିସେମ୍ବର ୧ରୁ ଏହି ବର୍ଦ୍ଧିତ ଦାମ୍ ଲାଗୁ ନେଇ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ରାଜସ୍ବ କ୍ଷତିକୁ ଦେଖି ପ୍ରାଇସ୍ ଫ୍ରିକ୍ସେସନ୍ କମିଟି ରିପୋର୍ଟ ଆଧାରରେ ଦର ବୃଦ୍ଧି ହୋଇଥିବା କଥା ମନ୍ତ୍ରୀ କହିଛନ୍ତି।