ବଡ଼ ବାବୁଙ୍କ ଦେଖାନାହିଁ, ମିଳିତ ଜନଶୁଣାଣି ରୁ ମିଳୁ ନାହିଁ ସଫଳ।

ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ଜନ ଶୁଣାଣୀ କେବଳ ପ୍ରହସନ ପାଲଟିଛି।ଦୂର ଦୁରାନ୍ତରରୁ ଆସୁଥିବା ବହୁ ଆଶାୟୀ ନିଜର ସମସ୍ୟାର ସମାଧାନ ପାଇ ଉପକୃତ ହେବେ ବୋଲି ଭାବି ଆସିଥାନ୍ତି।କିନ୍ତୁ ଅଭିଯୋଗ ଦେବା ପରେ ସମାଧାନ ତ ଦୂରର କଥା ପ୍ରଶାସନ କର୍ଣ୍ଣପାତ ମଧ୍ୟ ନ କରିବା ଏକ ଦୁଃଖଦ ବିଷୟ ପାଲଟିଛି। ଜନସାଧାରଣଙ୍କୁ ବିଭିନ୍ନ ସରକାରୀ ଯୋଜନାର ସୁଫଳ ମିଳୁ ନ ଥିବାରୁ ପ୍ରଶାସନ ର ପରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଭଳି ଏକ ଘଟଣା ଆଜି ହାଟଡିହି ବ୍ଲକ ପରିସରରେ ଅନୁଷ୍ଠିତ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଶୁଣାଣି ଶିବିରରେ ଦେଖିବାକୁ ମିଳିଛି।ଏହି ମିଳିତ ଜନଶୁଣାଣି ଶିବିରରେ ୧୮୨ଟି ଅଭିଯୋଗ ଆସିଥିବା ବେଳେ ଅଧିକାଂଶ ଅଭିଯୋଗ ଆବାସ ଯୋଜନାରେ ଥିଲା ବାଲାଙ୍କୁ ସହାୟତା ରାଶି ପ୍ରଦାନ,ରାସନ୍ ସାମଗ୍ରୀ ହଡ଼ପ,ଆନନ୍ଦପୁର ରୁ ଭଦ୍ରକ ମୁଖ୍ୟ ରାସ୍ତାକୁ ସଫା କରିବା, ଶାଳନିଆଁ ମେଡିକାଲ କୁ ଡାକ୍ତର ଯୋଗାଇ ଦେବା ଭଳି ଅଭିଯୋଗ ଆସିଥିଲା।ପ୍ରଶାସନ ବ୍ୟବସ୍ଥା ପ୍ରତି ଲୋକଙ୍କର ଭରଷା ନଥିବା ସ୍ପଷ୍ଟ ହେଉଛି।

Leave a Reply

Your email address will not be published. Required fields are marked *