ବଢିବ ରାତିର ତାପମାତ୍ରା କମିବ ଶୀତ

ଫୋକସ ପ୍ଲସ 17/2/23( ଭୁବନେଶ୍ୱର):ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ବଢ଼ିବ ଓ ଶୀତ କମିବ । ରାତିରେ ତାପମାତ୍ରା ୩ ରୁ ୪ ଡିଗ୍ରୀ ଯାଏ ବଢ଼ିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ଗତ ଗୁରୁବାର ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ରେକର୍ଡ ହୋଇଛି । ସିମିଳିଗୁଡ଼ାରେ ୭.୧, ଫୁଲବାଣୀରେ ୯, କିରେଇ, ସୁନ୍ଦରଗଡ଼ ଓ କୋରାପୁଟରେ ୧୦, ନବରଙ୍ଗପୁରରେ ୧୦.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ରାଉରକେଲା ଓ ସୁନ୍ଦରଗଡ଼ରେ ୧୦ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଅନ୍ୟପକ୍ଷରେ ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ଗତ ଗୁରୁବାର ସର୍ବୋଚ୍ଚ ତାପମାତ୍ରା ୩୪ ଡିଗ୍ରୀ ରେକର୍ଡ ହୋଇଛି । ଭୁବନେଶ୍ୱରରେ ୩୩.୮, ନବରଙ୍ଗପୁର ଓ ବରଗଡ଼ରେ ୩୩.୫, ଭବାନୀପାଟଣାରେ ୩୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ଜଣାପଡିଛି । ସେହିଭଳି ରାଜ୍ୟରେ ଆଗକୁ କୁହୁଡ଼ି ଦୃଶ୍ୟମାନ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Leave a Reply

Your email address will not be published. Required fields are marked *