ବଢିଲା ତିର୍ତ୍ତୋଲ ବିଧାୟକଙ୍କ ଅଡୁଆ

ଫୋକସ ପ୍ଲସ ୩/୨/୨୩(ଜଗତସିଂହପୁର):ତିର୍ତୋଲ ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ ପାଇଁ ପୁଣି ଅଡ଼ୁଆ ବଢିଲା। ଗତ ବର୍ଷ ଅର୍ଥାତ୍ ୧୭.୦୫.୨୨ ମସିହାରେ ସୋମାଲିକାଙ୍କୁ ପ୍ରେମ ବିବାହ କରିବା ପାଇଁ ପ୍ରତିଶୃତି ଦେଇଥିଲେ ସୁଦ୍ଧା ପାଳନ କରିନଥିଲେ। ଏହି ଘଟଣାକୁ ନେଇ ତାଙ୍କର ପ୍ରେମିକା ସୋମାଲିକା ଜଗତସିଂହପୁର ଥାନାରେ ଏତଲା ଦେଇଥିଲେ ସୁଦ୍ଧା ଜଗତସିଂହପୁର ଥାନା ଆଇଆଇସି ଓ ଏସପି ଘଟଣାକୁ ଅଣଦେଖା କରିଥିଲେ। ଅଭିଯୋଗର କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲେ। ନ୍ୟାୟ ପାଇବା ଆଶାରେ ସୋମାଲିକା ଶେଷରେ କୋର୍ଟର ଦ୍ବାରସ୍ଥ ହୋଇଥିଲେ। ଶେଷରେ ମାନ୍ୟବର ହାଇକୋର୍ଟ ଘଟଣାର ତଦନ୍ତ ଓ ଅଭିଯୋଗକୁ ରେଜିଷ୍ଟ୍ରି କରିବା ପାଇଁ ଜଗତସିଂହପୁର ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି। ଗତ କାଲି ରାତିରେ ସୋମାଲିକା ତାଙ୍କ ଓକିଲଙ୍କୁ ନେଇ ଥାନାରେ ଆଉ ଏକ ସାନି ଏତଲା ଦେଇଛନ୍ତି। ଏଥି ସହ ସେହି ଏତଲା କୁ ଆଧାର କରି ଘଟଣାର ତଦନ୍ତ କରାଯିବା ନେଇ ଥାନା ଅଧିକାରୀ ପ୍ରତିଶୃତି ଦେଇଛନ୍ତି। ତେବେ ଏହି ଘଟଣାକୁ ପୋଲିସ ବର୍ତ୍ତମାନ କିଭଳି ତଦନ୍ତ କରିବ ତାହାକୁ ଅପେକ୍ଷା।

Leave a Reply

Your email address will not be published. Required fields are marked *