ବଢୁଛି ଡ୍ରପ ଆଉଟ ଛାତ୍ରଛାତ୍ରୀଙ୍କ ସଂଖ୍ୟା, ଚିନ୍ତାରେ ଶିକ୍ଷା ବିଭାଗ

ଫୋକସ ପ୍ଲସ 25/5/22(ଅନଗୁଳ):ଚଳିତ ବର୍ଷ ଅନୁଗୋଳ ଜିଲ୍ଲାରେ ୮୮୪ ଜଣ ଛାତ୍ରଛାତ୍ରୀ ୧୦ମ ପରୀକ୍ଷା ଦେଇନାହାନ୍ତି । ସେହିପରି ପ୍ରାୟ ୨ହଜାରରୁୁ ଅଧିକ ୯ମ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲକୁ
ଆସିନାହାନ୍ତି କି ୧୦ମ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବାପାଇଁ ପରୀକ୍ଷା ଦେଇ ନାହାନ୍ତି । ଯାହାକୁ ନେଇ ଏବେ ଶିକ୍ଷା ବିଭାଗ ଚିନ୍ତାରେ । ଶିକ୍ଷା ବିଭାଗ ରେକର୍ଡ ଅନୁସାରେ ଚଳିତ ବର୍ଷ ମୋଟ ୧୮,୪୪୫ ଜଣ ଛାତ୍ରଛାତ୍ରୀ ୧୦ମ ପରୀକ୍ଷା ଦେଇଛନ୍ତି ।ସେହିପରି ନବମଶ୍ରେଣୀରେ ପ୍ରାୟ ୧୭ହଜାର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇ ନାହାନ୍ତି । ଯାହାକି ଶତକଡା ପ୍ରାୟ ୧୩ ବୋଲି ଜଣାପଡିଛି । କିନ୍ତୁ ସରକାରଙ୍କ
ତରଫରୁ ସମସ୍ତ ଛାତ୍ରୀଙ୍କୁ ମାଗଣା ସାଇକେଲ ଦିଆଯାଇଛି । ଏହା ଜଣା ପଡିବା ପରେ ସରକାରୀ ସ୍ତରରେ ତନାଘନା ଆରମ୍ଭ ହୋଇ ଯାଇଛି ।ଅନୁଗୋଳ ଜିଲ୍ଲାରେ ମଧ୍ୟ ଆଦୌ ସ୍କୁଲକୁ ଆସିନଥିବା ଏବଂ ପରୀକ୍ଷା ଦେଇନଥିବା ଛାତ୍ରଛାତ୍ରୀଙ୍କୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି । ପ୍ରତ୍ୟେକ ନୋଡାଲ ହାଇସ୍କୁଲର ପ୍ରଧାନଶିକ୍ଷକଙ୍କ ନେତୃତ୍ୱରେ ଶିକ୍ଷକମାନେ ସେହି ଛାତ୍ରଛାତ୍ରୀଙ୍କ ଘରକୁ ଯାଇ ସେମାନଙ୍କ ଅଭିଭାବକଙ୍କ ସହ ଆଲୋଚନା କରୁଛନ୍ତି । ଏହି କାର୍ଯ୍ୟକ୍ରମ କଡାକଡି ଭାବେ କରାଯାଉଛି ।

Leave a Reply

Your email address will not be published. Required fields are marked *