ବନବିଭାଗ ଓ ଖ୍ରୀଷ୍ଟିଆନ ଧର୍ମାବଲମ୍ବୀଙ୍କ ମଧ୍ୟରେ ବିବାଦ

ଫୋକସ ପ୍ଲସ ୭/୬/୨୨(କନ୍ଧମାଳ): କନ୍ଧମାଳ ଜିଲ୍ଲା ମଣ୍ଡାଶରୁ ପର୍ଯ୍ୟଟନ ସ୍ଥଳୀ ଭିତରେ ଥିବା ମା ମେରୀ ଙ୍କ ପ୍ରତିମୂର୍ତ୍ତି ଙ୍କୁ ନେଇ ବନବିଭାଗ ଓ ଖ୍ରୀଷ୍ଟ ଧର୍ମାବଲମ୍ବୀ ଙ୍କ ମଧ୍ୟ ରେ ବିବାଦ।avo report ବ୍ରିଟିଶ ଅମଳରୁ ଏହା ଅବସ୍ଥିତ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ମଣ୍ଡାଶର ଚର୍ଚ୍ଚ ପଛ ପାଖ ପାହାଡ଼ ଜଙ୍ଗଲ ର ସୁନ୍ଦର ପରିବେଶ ରେ କେଉଁ କାଳରୁ ପୂଜିତ ହେଉଛନ୍ତି ମା ମେରୀ। ଏଥି ପ୍ରତି ଜିଲ୍ଲାପାଳ ଓ ପ୍ରଶାସନ ଏହାର ସ୍ଥାୟୀ ଭାବରେ ରହିବା ପାଇଁ ପୂର୍ବ ରୁ ପ୍ରତିଶୃତି ଦେଇଛନ୍ତି lସେହି ସୁନ୍ଦର ପରିବେଶ କୁ ଲକ୍ଷ୍ୟ କରି ବନବିଭାଗ ଦ୍ଵାରା ଆଜ କୁ 12 ବର୍ଷ ତଳେ ନିର୍ମାଣ ହେଲା ପର୍ଯ୍ୟଟନ ସ୍ଥଳୀ।ଆଜି ସେହି ପର୍ଯ୍ୟଟନ ସ୍ଥଳୀ ସାରା ଭାରତ ରେ ପରିଚିତ ହୋଇଥିବା ବେଳେ ସେହି ସ୍ଥାନ ରେ କେଉଁ କାଳ ରୁ ପୂଜିତ ହେଉଥିବା ମା ମେରୀ ଙ୍କ ପ୍ରତିମୂର୍ତ୍ତି ଥିବା ଗୁମ୍ଫା ସାମ୍ନା ରେ କିଛି ଅସାମାଜିକ ବ୍ୟକ୍ତି ମଦ୍ୟପାନ କରୁଥିବା ଦେଖିବାକୁ ମିଳୁଛି lଯାହା କୁ ନେଇ ଖ୍ରୀଷ୍ଟ ଧର୍ମାବଲମ୍ବୀ ଙ୍କ ମନ ରେ ଘୋର ଆଘାତ ଲାଗିଛି। ଜିଲ୍ଲା ପ୍ରଶାସନ ଏହା ପ୍ରତି ଦୃଷ୍ଟି ନ ଦେବା ଦୁଃଖ ବିଷୟ ଅଟେ lଯାହା ଫଳ ରେ ଆଜ କୁ ଦୀର୍ଘ 2 ବର୍ଷ ରୁ ଉର୍ଦ୍ଧ୍ବ ହେବ ମଣ୍ଡାସୋର୍ ଅଞ୍ଚଳ ର ବିଭିନ୍ନ ମଣ୍ଡଳୀ ର ଜନସାଧାରଣ ଏକତ୍ରିତ ହୋଇ ବାରମ୍ୱାର ପ୍ରଶାସନ ଙ୍କୁ ଅବଗତ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳି ନଥିବା ଦୁଃଖର ସହିତ ପ୍ରକାଶ କରିଛନ୍ତି ମେରୀ ଙ୍କୁ ଭଲପଉ ଥିବା ଜନସାଧାରଣ ।ପ୍ରଶାସନ ତରଫରୁ ତୁରନ୍ତ ଏହା ଉପରେ ପଦକ୍ଷେପ ଗ୍ରହଣ କରିବା ସହିତ ମା ମେରୀ ଙ୍କ ର ଗୁମ୍ଫା କୁ ଅସାମାଜିକ ବ୍ୟକ୍ତି ଙ୍କ ପ୍ରବେଶ ଉପରେ ନିଷେଧ ଜାରୀ କରିବା ସହିତ ତାର ବାଡ ରେ ଆବଦ୍ଧ କରିବା ସକାଶେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା କୁ ଗ୍ରାମବାସୀ ନିବେଦନ କରିଛନ୍ତି। ଯେଉଁ ଲୋକ ମା ମେରୀ ଙ୍କୁ ପ୍ରତି ମୂର୍ତ୍ତି ଙ୍କୁ ଅପବ୍ୟବହାର କରୁଛନ୍ତି ତାଙ୍କ ଉପରେ ଦୃଢ଼ କାର୍ଯ୍ୟ ଅନୁଷ୍ଠାନ ନିଆଯାଉ lଆଗାମୀ ଦିନ ରେ ପ୍ରଶାସନ ତରଫ ରୁ ମା ମେରୀ ଙ୍କ ର ପ୍ରତିମୂର୍ତ୍ତି ଓ ଗୁମ୍ଫା ସକାଶେ ଦୃଷ୍ଟି ନ ଦିଅନ୍ତି ତେବେ 12 ଗୋଟି ମଣ୍ଡଳୀ ର ଖ୍ରୀଷ୍ଟ ଧର୍ମାବଲମ୍ବୀ ର ଭାଇ ଭଉଣୀ ଏକତ୍ରିତ ହୋଇ ରାଜ ରାସ୍ତା ରେ ବସି ରହିବେ ବୋଲି ଚେତାବନୀ ଦେଇଛନ୍ତି।

କନ୍ଧମାଳ ଜିଲ୍ଲାରୁ କ୍ଷିତୀଶ୍ ମଲିକ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *