ବନ୍ଦ ପଡ଼ିଥିବା ଖଣି ଏବେ ଖଣି ମାଫିଆ ଙ୍କ ଟାର୍ଗେଟ

ଫୋକସ ପ୍ଲସ ୧୨/୬/୨୨ (କେନ୍ଦୁଝର): କେନ୍ଦୁଝର ଜିଲ୍ଲା ବଲାଣି ଥାନା ଅନ୍ତର୍ଗତ ବନ୍ଦ ପଡ଼ିଥିବା ଅର୍ଜୁନ ଲୋଧା ମାଇନ୍ସ ରୁ ମାଙ୍ଗାନିଜ ଚୋରା ଚାଲାଣ କରୁଥିବା ସମୟରେ ୩ ଟି ମାଙ୍ଗାନିଜ ବୋଝେଇ ଟ୍ରକ ବଲାଣି ପୋଲିସ ଦ୍ୱାରା ଜବତ। ୩ ଗୋଟି ଟ୍ରକ ଗୁଡିକ ହେଲା ଓଆର ୦୯ କେ ୯୮୯୯ ,ଓଡି୦୯ କ୍ୱ୍ଯୟୁ ୪୯୨୨, ଓଡି ୦୯ କେ୨୬୪୫ ବିଶିଷ୍ଟ ନମ୍ବର ବୋଲି ଜଣାପଡିଛି। ପ୍ରାପ୍ତ ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ବଲାଣି ପଞ୍ଚାୟତ ଅର୍ଜୁନଲଦା ମାଇନ୍ସ ଦୀର୍ଘ ବର୍ଷ ରୁ ବନ୍ଦ ପଡି ରହିଅଛି,ବର୍ଷାଋତୁ ର ସୁଯୋଗ ନେଇ ଖଣି ମାପିଆମାନେ ଅର୍ଜୁନଲଦା ମାଙ୍ଗାନିଜ ଖଣିରୁ ବିଳମ୍ବିତ ରାତ୍ରି ରେ ମାଙ୍ଗାନିଜ ଲୋଡ କରି ୩ଟି ଟ୍ରକ ଯିବା ସମୟରେ ଦୁର୍ଭାଗ୍ୟ ବଶତଃ କାଦୁଅ ରାସ୍ତା ରେ ଫଶି ଯିବାରୁ ଟ୍ରକ ଆଉ ଆଗକୁ ବଢ଼ି ପାରି ନଥିଲା।ତେବେ ରାତି ପାହିଲା ପରେ ଡ୍ରାଇଭର, ହେଲପର ଓ ଖଣି ମାପିଆ ମାନେ ଘଟଣା ସ୍ଥଳ ରୁ ପେରାର ହେଇଥିବା ଜଣାପଡିଛି।ତେବେ ବଲାଣି କୌଣସି ସୂତ୍ରରୁ ଖବର ପାଇବା ପରେ ୩ଟି ଟ୍ରକ ଜବତ କରିଥିବା ଜଣାପଡିଛି।

କେନ୍ଦୁଝର ଯୋଡ଼ା ରୁ ମଦନ ମୋହନ ବିଶ୍ୱାଳ ଙ୍କ ରିପୋର୍ଟ ଫୋକସ ପ୍ଲସ୍।

Leave a Reply

Your email address will not be published. Required fields are marked *