ଚିଲିକା: ବାଲୁଗାଁ ଥାନା ଇଞ୍ଜନପୁର ଛକ ନିକଟରେ ବନ୍ଧୁକ ଦେଖାଇ ୭ ଲକ୍ଷ ୨୫ ହଜାର ଟଙ୍କା ଦୁର୍ବୃତ୍ତ ଲୁଟି ନେଇଛନ୍ତି । କୃଷି ଋଣ ଟଙ୍କା ଆଦାୟ କରି ବଡକୁଳ ସୋସାଇଟି ର ଆସିଷ୍ଟାଣ୍ଟ ସେକ୍ରେଟାରୀ ବାଇକ୍ ଯୋଗେ ବାଲୁଗାଁ ଆସୁଥିଲେ । ଏହି ସମୟରେ ୪ ଲୁଟେରା ୩ ଟି ବାଇକ୍ ଯୋଗେ ଆସି ବନ୍ଧୁକ ଦେଖାଇ ଆକ୍ରମଣ କରି ଲୁଟ୍ କରି ନେଇଛନ୍ତି ।
ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ନିକଟସ୍ଥ ବଡକୁଳ ଗ୍ରାମରେ ଥିବା ବଡକୁଳ କୋଅପରେଟିଭ୍ ସୋସାଇଟି ର ସହ-ସମ୍ପାଦକ ଭୁବନେଶ୍ୱର ରଥ ସୋସାଇଟି ରୁ ଋଣ ନେଇଥିବା ଋଣି ମାନଙ୍କ ଠାରୁ ଋଣ ଟଙ୍କା ଆଦାୟ କରି ବାଲୁଗାଁ ଅଭିମୁଖେ ଆସୁଥିଲେ। ୩ଟି ବାଇକ ଯୋଗେ ୪ ଜଣ ଲୁଟେରା ଆସି ତାଙ୍କୁ ବନ୍ଧୁକ ଦେଖାଇ ଟଙ୍କା ଲୁଟି ନେଇଥିଲେ। ଖବର ପାଇ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ପୋଲିସ ପକ୍ଷରୁ ଘଟଣାର ତଦନ୍ତ କରୁଛି ବୋଲି ବାଲୁଗାଁ ଏସଡିପିଓ ସୂଚନା ଦେଇଛନ୍ତି।