“ବନ୍ଧୁ ଏଥର ଖେଳ ହେବ” ନାରା ର ସତ୍ୟତା ପ୍ରତିପାଦନ କଲେ କୋଦଳା ଏନଏସି ବାସୀ |

” ବନ୍ଧୁ ଏଥର ଖେଳ ହେବ “| ପୌର ନିର୍ବାଚନ ପ୍ରଚାର ମୈଦାନ ରେ ଏହି ନାରା ଦେଇ ବିଜେପି ପକ୍ଷରୁ ନିର୍ବାଚନ ରଣାଙ୍ଗନ କୁ ଯେଉଁଭଳି ଭାବେ ବ୍ୟାପକ ପ୍ରସ୍ତୁତ କରାଯାଇଥିଲା ତାହାର ଫଳ ସ୍ୱରୂପ ଶନିବାର ବିଜେପି କୁ ବହୁମତ ମିଳିଛି | ଏକଦା ପୂର୍ବରୁ କୋଦଳା ଏନଏସି ବିଜେଡି ର ଗଡ଼ କୁହାଯାଉଥିବା ବେଳେ ତାହାକୁ ଭୁଲ ପ୍ରମାଣିତ କରି ବିଜେପି ଅଧ୍ୟକ୍ଷ ପ୍ରାର୍ଥୀ ଙ୍କ ସମେତ ଆଠ ଟି ୱାର୍ଡ ରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି |

ବାବା ଦଣ୍ଡିଶ୍ୱର ଓ ସାଧାରଣ ଜନତା ଙ୍କ ଆଶୀର୍ବାଦ ରୁ ଏହି ବିଜୟ ଲାଭ କରିଥିବା କଥା କହିଛନ୍ତି ବିଜୟୀ କାଉନସିଲର ବିଜୟ ର ଶ୍ରେୟ କୋଦଳା ଭୋଟର ଙ୍କୁ ଦେବା ସହ ଅଗାମୀ ଦିନରେ ଭ୍ରଷ୍ଟାଚାର ବିରୁଦ୍ଧରେ ସଂଗ୍ରାମ ଜାରୀ ରହିବ ବୋଲି କହିଛନ୍ତି ଘମୁସର ବିଜେପି ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ମୀରାବାଈ ଦେଓ |
ତେବେ ଅଗାମୀ ଦିନରେ ବିକାଶ ର ଧାରାକୁ ବଜାୟ ରଖିବାରେ ବିଜେପି ର ସଫଳତା କେବଳ ସମୟ ହିଁ କହିବ |

ଗଞ୍ଜାମ, କୋଦଳା ରୁ ଦେବାଶିଷ ମହାରଣା ଙ୍କ ରିପୋର୍ଟ, ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *