ବନ୍ଯା ପରିସ୍ଥିତି ନେଇ ବୈଠକ କଲେ ବିଡିଓ

ଫୋକସ ପ୍ଲସ(ବାଲିଆପାଳ)୨୨/୦୮/୨୦୨୨: ସୁବର୍ଣ୍ଣ ରେଖା ନଦୀର ରାଜଘାଟ ଠାରେ ବିପଦ ସଂକେତ 10.36 ମିଟରଥିଲା ବେଳେ ଜଳସ୍ତର ଦିନ ୧୦ଟା ସୁଦ୍ଧା ୯ମିଟର ଉପରେ ପ୍ରଭାବିତ ହେଉଛି ବନ୍ୟାପାଣି । ଗାଲୁଡ଼ିହି ଠାରେ ୧୬ଟି ଗେଟ ମାଧ୍ୟମରେ ପ୍ରତି ମିନିଟରେ 4.25 ଲକ୍ଷ ଘନ ଫୁଟ ପାଣି ନିଷ୍କାସନ ହେଉଛି ! ଜଳେଶ୍ବର ବ୍ଲକ ବାଲିଆପାଳ , ଭୋଗରାଇ ଅଞ୍ଚଳ ତଳିଆ ପ୍ରତି ବିପଦ ସୃଷ୍ଟି କରିବ । ଜଳେଶ୍ୱର ବ୍ଲକ ୨୮ଟି ପଞ୍ଚାୟତ ବାଲିଆପାଳ ବ୍ଲକ ୧୨ଟି ପଞ୍ଚାୟତ ପ୍ରଭାବିତ ହେବା ନେଇ ପ୍ରଶାଶନ ପକ୍ଷରୁ ସଚେତନତା କରାଯାଉଥିବାର ଦେଖିବାକ ମିଳିଛି ।ବିଶେଷ କରି ବାଲିଆପାଳ ବ୍ଲକର ବିଷ୍ଣୁ ପୁର .ଜାମକୁଣ୍ଡ, କୁହ୍ଲାଚଡ, ଇକଡପାଳ ନୟାବାଲି , ରାଉତାୁରାପୁର , ରାମନଗରରସଲପୁର , ଚଡସାହି !ବାଲିଆପାଳ,ଅସ୍ତି ,ଘଣ୍ଟୁଆ ,ଦେଭଗ, ନିଖିରା,କୁମ୍ଭାରୀ ,ଶ୍ରୀରାମପୁର ,ବଳଙ୍ଗ ,କୁଣ୍ଡୁଳି ଏବଂ ସାଉଡି ପଞ୍ଚାୟତର ପ୍ରଭାବିତ ୨୫ରୁ ଅଧିକ ଗାଁ ପ୍ରଭାବିତ ହେବ !ଏନେଇ ଜିଲ୍ଲା ପ୍ରଶାଶନ ପକ୍ଷରୁ ଜଳେଶ୍ୱର ବ୍ଲକ ରେ ଗୋଟିଏ NDRF .ଗୋଟିଏ ODRF. ଗୋଟିଏ ଅଗ୍ନିଶମ ବିଭାଗ ଥିଲା ବେଳେ ବାଲିଆପାଳ ବ୍ଲକର ଗୋଟିଏ ODRF. ଗୋଟିଏ ଅଗ୍ନିଶମ ବିଭାଗ ସଜାଗ ଥିବାର ଦେଖି ବାକୁ ମିଳିଛି !ପ୍ରଶାଶନ ପକ୍ଷରୁ ଆଶ୍ରୟ ସ୍ଥଳି ଏବଂ ପ୍ରତେକ ପଞ୍ଚାୟତରେ ଥିବା ସ୍କୁଲ ଘରକୁ ଆଶ୍ରୟ ସ୍ଥଳୀ ଭାବରେ ବ୍ୟବହାର କରାଯାଇଛି ! ତଳିଆ ଅଞ୍ଚଳର ଲୋକ ମାନଙ୍କୁ ରେସକ୍ୟୁ ପାଇଁ ବ୍ୟବସ୍ଥା କରାଯାଇଛି ।କିନ୍ତୁ ବାଲିଆପାଳ ବ୍ଲକ ପ୍ରଶାସନ ତରଫରୁ ସୂଚନା ଯେ ବିଷ୍ଣୁପୁର ଗ୍ରାମ ପଞ୍ଚାୟତ ଦେଇ ପ୍ରଭାବିତ କରୁଥିବା ସୁବର୍ଣ୍ଣରେଖା ନଦୀ ବନ୍ଧ ଯେତିକି ପାଣି ସମ୍ଭାଳିବାର ସକ୍ଷମ ଅଛି ତାହା ଅଧିକ ପାଣି ଅସିବ ତେବେ ସେଥିପାଇଁ ବାଲିଆପାଳ ବ୍ଲକ ପ୍ରସାଶନ ତରଫରୁ ବିଷ୍ଣୁପୁର ଗ୍ରାମ ପଞ୍ଚାୟତର ପାଖାପାଖି ସମସ୍ତ ଲୋକଙ୍କୁ ବହୁ ମୁଖି ବାତ୍ଯା ଅଶ୍ରୟ ସ୍ଥଳି ସ୍କୁଲ ଗୁଡିକରେ ରଖାଯିବା ନେଇ ପ୍ରଶାସନ ତରଫରୁ ବୈଠକ ହଲ୍ ରେ ବସି ସମସ୍ତ ବିଭାଗୀୟ ଅଧିକାରୀ ଓ ସରପଞ୍ଚ ଙ୍କୁ ଦାଇତ୍ବ ଦିଆଯିବା ସହିତ ଲୋକଙ୍କୁ ସ୍ଥାନାରିତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।ବିଷ୍ଣୁପୁର ପଞ୍ଚାୟତ ବାସୀଙ୍କୁ ଅନୁରୋଧ କରିଛନ୍ତି ସରପଞ୍ଚ ଓ ବିଭାଗୀୟ ଅଧିକାରୀ ଅନୁରୋଧ କରିଛନ୍ତି ।

ବାଲିଆପାଳ ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ ଫୋକସ ପ୍ଲସ।

Leave a Reply

Your email address will not be published. Required fields are marked *