ବନ୍ୟା୩ ଦିନପରେ ବି ପହଞ୍ଚି ପାରିଲା ନାହିଁ ପ୍ରଶାସନ

ଫୋକସ ପ୍ଲସ(ପୁରୀ)୨୦/୦୮/୨୦୨୨: ପୁରୀ ଜିଲ୍ଲା ଗୋପ ବ୍ଳକ ର ୭ଟି ପଞ୍ଚାୟତ ଏବେବି ଜଳବନ୍ଦୀ ଥିବାବେଳେ, କିଛି ସ୍ଥାନରେ ସ୍ଥାନୀୟ ପ୍ରଶାସନ ପହଞ୍ଚିବା ବେଳେ କିଛି ସ୍ଥାନରେ ପ୍ରଶାସନ ପହଞ୍ଚି ନଥିବା ଦେଖିବାକୁ ମିଳିଛି। ଆମେ ଦେଖାଉଛୁ ଗୋପ ବ୍ଳକ ଗଣେଶ୍ବରପୁର ପଞ୍ଚାୟତ ଗୋଲା ସାଇର ଦୃଶ୍ୟ, ୧୦୦ରୁ ଅଧିକ ପରିବାର ଏବେ ଜଳବନ୍ଦୀ ଥିବାବେଳେ ପହଞ୍ଚି ପାରିଲାନାହିଁ ସରକାରୀ ସାହାର୍ଯ୍ୟ, ସବୁଠାରୁ ବଡ କଥା ହେଲାଗାଁ ଲୋକେ କହିବା କଥା ଭୋଟ ନେବାବେଳେ ସମସ୍ତେ ଆସନ୍ତି ଆମ ଗାଁ କୁ ଏବେ ୩ ଦିନ ହେବ ଆମ୍ଭେମାନେ ବିପଦରେ ପଡିଛୁ କାହାରି ଦେଖା ନାହିଁ। ଆମପାଇଁ ସରକାରୀ ସାହାର୍ଯ୍ୟ ସାତ ସପନ ପାଲେଟିଛି, ଘର ଭିତରେ ଲହଡି ମାରୁଛି ପାଣି, ଯେଉଁ ରାସ୍ତାରେ ପିଲାମାନେ ଚାଲିଚାଲି ସ୍କୁଲ ଯାଉଥିଲେ, ସେଠାରେ ଛାତିଏ ପାଣିରେ ଚାଲୁଛି ଡଙ୍ଗା, ଘରେ ଘରେ ବିଷଧର ସାପ ପସି ଯାଉଥିବାରୁ ଭୟରେ କାଟୁଛୁ ଆମ୍ଭେମାନେ ଜୀବନ, ଗୁହାରି କରୁଛୁ କିଛି ମହମବତୀ,କିରୋସିନି , ମଷାଧୂପ ପାଇଁ, ଜଳ ସ୍ତର ବେଳକୁବେଳ ବଢିବାରେ ଲାଗିଛି। ଧନୁଆ ନଦୀ ର ପାଣି ସ୍ରୋତ ବଢିବା ଯୋଗୁଁ ଗାଁ ରାସ୍ତାରେ ପାଣି ବଢି ଚାଲିଛି, ଯାହାକୁ ଦେଖି ଗାଁରେ ଲୋକେ ଭୟଭୀତ ଥିବା ଦେଖିବାକୁ ମିଳିଛି। ସେମାନଙ୍କ ଗାଁରେ ସମସ୍ତ ଙ୍କ ଘରେ ଘରେ ବନ୍ୟା ପାଣି ପସିଯାଇଥିବା ବେଳେ ଡଭାର ଠାରୁ ଗୋପ ଯିବା ଆସିବା ରାସ୍ତାର ଧାରରେ ଗୋରୁଗାଈ ବାନ୍ଧି ଥିବା ଦେଖିବାକୁ ମିଳିଛି। ଗୋ ଖାଦ୍ୟ ବି ମିଳୁ ନଥିବା ଅଭିଯୋଗ କରୁଛନ୍ତି ଗାଁ ଲୋକେ। ସେହି ରାସ୍ତା ଦେଇ ସମସ୍ତ ପ୍ରଶାସନିକ ଅଧିକାରୀ ଯାତାୟତ କରୁଛନ୍ତି ସତ୍ୟ, ହେଲେ କାହାର ନଜର ପଢିପାରୁ ନାହିଁ କିପରି, ଦୁଖଭରା କଣ୍ଠରେ କୁହନ୍ତି ଗୋଲା ଗାଁ ଲୋକେ। ଗାଁରେ ମାଟି ଘର ସବୁ ପାଣି ପସି ମାଟିକାନ୍ଥ ତଳେ ପଡିଯାଇଥିବା ଦେଖିବାକୁ ମିଳୁଛି, ତୁରନ୍ତ ରାଜ୍ୟ ସରକାର କିଛି ସାହାର୍ଯ୍ୟ ପାଇଁ ଗୁହାରି କରିଛନ୍ତି ଗାଁର ଲୋକେ।

ପୁରୀ ଜିଲ୍ଲାରୁ ଆଶିଷ ରଞ୍ଜନ ମିଶ୍ର ଙ୍କ ରିପୋର୍ଟ ଫୋକସ୍ ପ୍ଲସ

Leave a Reply

Your email address will not be published. Required fields are marked *