ବନ୍ୟା ଘେରରେ ଚାଲିଛି ପାଠ ପଢା

ଫୋକସ ପ୍ଲସ (ତେନ୍ତୁଳୀଖୁଣ୍ଟି)୧୨/୦୮/୨୦୨୨: ଶିକ୍ଷା ଆମ ସମାଜର ମେରୁଦଣ୍ଡ କହିଲେ ଅତ୍ଵିକ୍ତ ହେବ ନାହିଁ l ଏହା ପ୍ରତେକ ମନୁଷ୍ୟ ର ଶାରୀରିକ ମାନସିକ ଏବଂ ବୌଦ୍ଧିକ ବିକାଶ କରିବା ସହ ସେଇ ଅଞ୍ଚଳ ର ବିକଶିତ ହୋଇଥାଏ l ଯଦି ଆମେ ଦେଖିବା ଆମ ରାଜ୍ୟ ରେ ଶିକ୍ଷକୁ ନେଇ ବିଭିନ୍ନ ଯୋଜନା କରିବା ସହ ଏହାର ଭିତ୍ତିଭୂମି ଉନତି କରିବାସହ ଶିକ୍ଷର ମାନ ବୃଦ୍ଧି ପାଇଁ କେତେ କଣ ଯୋଜନ ହାତକୁ ନେଇଛନ୍ତି ସରକାର l ଏବଂ ୫ଟି ଅନ୍ତର୍ଭୁକ୍ତ ବିଭିନ୍ନ ସ୍କୁଲ କୁ ରୂପାନ୍ତରିକରଣ କରାଯାଉଛି l କିନ୍ତୁ ବର୍ତ୍ତମନ ପ୍ରଶ୍ନ ଉଠୁଛି ଆଜି ଯାଏଁବି ଅନେକ ଏମିତି ସ୍କୁଲ ରଅଛି ଯାହାକି ସମସ୍ୟା ଘେରରେ ଅନ୍ତର୍ଭୁକ୍ତ, ଏମିତି ଏକ ସ୍କୁଲ ନବରଙ୍ଗପୁର ଜିଲ୍ଲା ଅନ୍ତର୍ଭୁକ୍ତ ତେନ୍ତୁଳୀଖୁଣ୍ଟି ବ୍ଲକ ମଞ୍ଚଗାଁ ପଞ୍ଚାୟତ ର ବିରୀଗୁଡା ନୋଡାଲ ଉଚ୍ଚ ବିଦ୍ୟାଳୟ, ଯାହାକି ବିପଦ ସଂକୁଳ ଅବସ୍ଥାରେ ପ୍ରତେକ ଛାତ୍ର ଛାତ୍ରୀ ଜୀବନକୁ ବାଜି ଲଗେଇ ସେଠାରେ ଅଧ୍ୟୟନ କରୁଛନ୍ତି l ବର୍ଷାହେଲେ ସ୍କୁଲ ଚତୁର୍ପାର୍ଶ୍ୱରେ କୃତ୍ରିମ ବନ୍ୟା ସୃଷ୍ଟି ହେଉଛି, ଯାହାକି ଜଣାପଡୁଛି ଜଳମଗ୍ନ ଘେରରେ ସ୍କୁଲ ଅବସ୍ତିତ l ଏବଂ ସ୍କୁଲ ମଧ୍ୟ ଭାଙ୍ଗିବାକୁ ବସିଲାଣି କାନ୍ଥ ଫାଟି ଅଁl କଲାଣି ଚଟାଣର ଅବସ୍ଥାରେ ନ କହିବା ଭଲ l ପ୍ରଶ୍ନ ଏଠି ଉଠିବା ସ୍ୱାଭାବିକ ଯଦି ଏମିତି ଜାଗାରେ ଅଧ୍ୟୟନ କଲେ କେତେଦୂର ଛାତ୍ର ଛାତ୍ରୀଙ୍କ ମାନସିକ ତଥା ବୌଦ୍ଧିକ ବିକାଶ ହେବ l ଏନେଇ ସ୍କୁଲ ପରିଚାଳନା କମିଟି ଏବଂ ଶିକ୍ଷକ ମାନେ ବାରମ୍ବାର ସରପଞ୍ଚ, ଗୋଷ୍ଠୀ ଉନୟନ ଅଧିକାରୀ ଏବଂ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କଲାପରେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଏସଏମସି ମେମ୍ବର ଏବଂ ଗ୍ରାମ ବାସି ଅଭିଯୋଗ କରିଥିଲେ l ଏହି ସମସ୍ୟା ନେଇ କିଛି ଦିନ ପୂର୍ବରୁ ଆମର ଫୋକ୍ସ ପ୍ଲସ ରେ ମଧ୍ୟ ଖବର ପ୍ରସାରଣ ହୋଇଥିଲା ଏବଂ ଗୋଷ୍ଠୀ ଉନୟନ ଅଧିକାରୀ ମଧ୍ୟ ତୁରନ୍ତ ଏହାର ସମାଧାନ ପାଇଁ ପ୍ରତିଶୃତି ଦେଇ ଥିଲେ କିନ୍ତୁ କେବେ ଏହାର ଆସୁ ସମାଧାନ ହେବ ତାହା ଦେଖିବାକୁ ବାକି ରହିଲା l ଗ୍ରାମବାସୀ ସମେତ ସ୍ଥାନୀୟ ବୁଦ୍ଧିଜୀବୀ ମହଲ ରେ ଏନେଇ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ଏବଂ ତୁରନ୍ତ ଏହାର ପୁନଃରୁଦ୍ଧାର ପାଇଁ ଦାବି ଉପସ୍ଥାପନା କରିଛନ୍ତି l

Leave a Reply

Your email address will not be published. Required fields are marked *