ବନ୍ୟା ଘେରରେ ଭୋକ ଉପାସରେ ଲୋକେ, ମିଳୁନି ରିଲିଫ

ଫୋକସ ପ୍ଲସ(ତିର୍ତ୍ତୋଲରୁ)୧୯/୦୮/୨୦୨୨:ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଓ କୁଜଙ୍ଗ ବ୍ଲକ ଅଞ୍ଚଳରେ ବନ୍ୟା ବିତ୍ପାତ ଦେଖିବାକୁ ମିଳିଛି।ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀ କୁଜଙ୍ଗ ବ୍ଲକ କାଠକୋଟ ଠାରେ ପାଇକା ନଦୀବନ୍ଧରେ ଘାଇ ହେବା ଫଳରେ ମହାନଦୀ-ପାଇକା ଦ୍ୱିପାଞ୍ଚଳରେ ଆତଙ୍କିତ ପରିବେଶ ସୃଷ୍ଟି ହୋଇଛି।ମହାନଦୀ ଓ ଏହାର ଶାଖା ପାଇକା ନଦୀର ବନ୍ୟାଜଳରେ ତିର୍ତ୍ତୋଲ ବ୍ଲକର ଛଅଟି ପଞ୍ଚାୟତର ପାଖାପାଖି ୨୦ଟି ଗାଁରେ ବନ୍ୟାପାଣି ପଶି ଲୋକଙ୍କ ଦୃର୍ଦ୍ଦଶା ବଢାଇ ଦେଇଛି।ତିର୍ତ୍ତୋଲ ଓ କୁଜଙ୍ଗ ବ୍ଲକର ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀର ୧୦ଟି ପଞ୍ଚାୟତରେ ବନ୍ୟା ପରିସ୍ଥିତି ଜଟିଳ ରହିଛି।କାଠକୋଟ ପାଇକା ନଦୀ ଘାଇ ଯୋଗୁଁ ଲୋକ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବା ବେଳେ ପନିପରିବା ଫସଲ ଓ ଧାନଫସଲ ନଷ୍ଟ ହୋଇଛି।ଦୁଇଦିନ ଧରି ଲୋକ ଓ ସେମାନଙ୍କ ଗୃହପାଳିତ ପଶୁ ଭୋକ ଉପାସରେ ଥିବା ବେଳେ ଲୋକଙ୍କ ପାଖରେ ରିଲିଫ ପହଞ୍ଚି ନଥିବା ବିପନ୍ନ ମାନେ ଅଭିଯୋଗ କରିଛନ୍ତି।ଅନ୍ୟ ପକ୍ଷରେ ବନ୍ୟା ପ୍ରଭାବିତ ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତ ବୁଲି ଲୋକଙ୍କ ଭଲମନ୍ଦ ବୁଝୁଥିବା କଂଗ୍ରେସ ନେତା ତଥା ଆମ ପାରାଦ୍ୱୀପ ଆମ ପ୍ରଗତି ସଭାପତି ବାପି ସର୍ଖେଲ ଲୋକଙ୍କ ପାଖରେ ରିଲିଫ ପହଞ୍ଚୁନଥିବା ରିଲିଫ ବାଟମାରଣା ହେଉଥିବା ଅଭିଯୋଗ କରିଛନ୍ତି।ଅନ୍ୟ ପକ୍ଷରେ ବିପନ୍ନଙ୍କୁ ରିଲିଫ, ପଲିଥିନ, ଗୋଖାଦ୍ୟ ତୁରନ୍ତ ପ୍ରଶାସନ ଯୋଗାଦେବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଯୋଗାଇଦେବାକୁ ଦାବି କରିଛନ୍ତି।

ତିର୍ତ୍ତୋଲ ରୁ ନିଶାକର ଦାସ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *