ବନ୍ୟା ଘେରାରୁ ଉଦ୍ଧାର ହେଲେ ଗର୍ଭବତୀ, କଟକ ବଡ଼ ମେଡିକାଲରେ ଭର୍ତ୍ତି

ଫୋକସ ପ୍ଲସ(ଚୌଦ୍ୱାର)୧୮/୦୮/୨୦୨୨: ଚୌଦ୍ୱାର ଥାନା ଅଧିନ କଖଡି ପଂଚାୟତ ବିଦ୍ୟାଧରପୁର, କାପ୍ତାବରେଇ, ଗୋପୀନାଥପଡ଼ା ତିନୋଟି ଯାକ ଗ୍ରାମ ମହାନଦୀ ବନ୍ୟାଜଳ ପସି ସମ୍ପୂର୍ଣ୍ଣ ପାଣି ଘେରରେ ରହି ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି । ଫଳରେ ଉକ୍ତ ଗ୍ରାମରେ ବାସ କରୁଥିବା ଜନଜାତି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ସହ ଲୋକମାନେ ଗମନାଗମନ କରିପାରୁନାହାନ୍ତି । ତିନୋଟି ଗ୍ରାମରେ ପ୍ରାୟ ୧୫ରୁ ୨୦ହଜାର ଲୋକ ପାଣି ଘେରରେ ଫସିକି ରହିଥିବା ବେଳେ ବିଦ୍ୟାଧାରପୁର ଗ୍ରାମର ଜଣେ ଗର୍ଭବତୀ ମହିଳା ପିଙ୍କି ମଲ୍ଲିକ ପାଣିଘେରରେ ଫସିକି ରହିଯାଇଥିଲେ । ମନ୍ତ୍ରୀ ରାଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନିର୍ଦେଶ କ୍ରମେ ମନ୍ତ୍ରୀଙ୍କ ପ୍ରତିନଧି ଶେଖ ସାହାଜାନ ଆଜି ସକାଳ ସମୟରେ ଉକ୍ତ ଗ୍ରାମରେ ପହଂଚି ଫସି ରହିଥିବା ଗର୍ଭବତୀ ମହିଳା ସ୍ଥାନୀୟ ବାସିନ୍ଦାଙ୍କ ସହାୟତା ନେଇ ବୋଟ ସାହାଯ୍ୟରେ ଉଦ୍ଧାର କରିଥିଲେ । ପରେ ଗର୍ଭବତୀ ମହିଳାଙ୍କୁ ଚିକିର୍ସା ପାଇଁ ଆମ୍ବୁଲାନ୍ସରେ କଟକ ବଡ଼ ମେଡିକାଲ ପଠାଇଥିଲେ । ସେ ଏହା ମଧ୍ୟ କହିଛନ୍ତି,ଆଠଗଡ଼ ନିର୍ବାଚନ ମଣ୍ଡଳୀର ତିଗିରିଆ,କଖଡି ଅଂଚଳ ସମ୍ପୂର୍ଣ୍ଣ ଜଳମଗ୍ନ ଥିବାରୁ ମନ୍ତ୍ରୀ ନିଜେ ସେ ଜାଗାରେ ନିଜେ ବୁଲି ସ୍ଥିତ ଅନୁଧ୍ୟାନ କରୁଛନ୍ତି । ଏବଂ ପାଣିରେ ଫସି ରହିଥିବା ଗ୍ରାମବାସୀଙ୍କୁ ସମ୍ପୂର୍ଣ୍ଣ ପ୍ରଶାସନ ତରଫରୁ ସହଯୋଗ କରାଯିବ । ବର୍ତ୍ତମାନ ସେମାନଂକୁ ରିଲିଫ ସହାୟତାରେ ଯଥା ଚୁଡା, ଗୁଡ଼,କିରାସିନ, ମହମବତୀ,ଦିଆସିଲି ବଣ୍ଟନ କରାଯାଇଛି । ଏହି ଉଦ୍ଧାର କାର୍ଯ୍ୟରେ କଖଡି ପଂଚାୟତର ସରପଞ୍ଚଙ୍କ ପ୍ରତିନିଧି ଦିଲ୍ଲୀପ ଛତାର,ବିକାଶ ମୁଦୁଲି, ସମିତିସଭ୍ୟ ପ୍ରଦୀପ କୁମାର ମହାନ୍ତି, ଓମ ପ୍ରକାଶ ମୁଦୁଲି, ବିଚିତ୍ର ସାହୁ, ରାକେଶ ଖଟୁଆ, ଶୈଳନନ୍ଦ ସାହୁ, କୈଳାଶ ବେହେରା, ସନାତନ ମହାନ୍ତି, ସଦାନନ୍ଦ ସାହୁ ପ୍ରମୁଖ ବ୍ୟକ୍ତି ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *