ବନ୍ୟା ପ୍ରଭାବିତ ଅଂଚଳକୁ ରିଲିଫ୍ ପ୍ରଦାନ

ଫୋକସ ପ୍ଲସ(ସୋରଡ଼ା)୨୩/୦୮/୨୦୨୨: ଉତ୍ତର ଓଡ଼ିଶା ରେ ଭୟଙ୍କର ବନ୍ୟା ରେ ଜନ ଜୀବନ ଅସ୍ତବ୍ୟସ୍ତ ଥିବା ବେଳେ ଆବଶ୍ୟକ ଖାଦ୍ୟ ସାମଗ୍ରୀର ଅଭାବ ହୋଇ ଥିବାବେଳେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ରିଲିଫ୍ ସାମଗ୍ରୀ ପଠାଇବା ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସୋରଡ଼ା ରୁ ମଧ୍ୟ ଏନ୍ ଏ ସି କାର୍ଯ୍ୟାଳୟ ସମ୍ମୁଖରୁ ରିଲିଫ୍ ଗାଡ଼ି ବାହାରିଛି।ସୋରଡା ନିର୍ବାଚନ ମଣ୍ଡଳୀ ବିପଦର ବନ୍ଧୁ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ତହସିଲଦାର ପ୍ରଫୁଲ୍ଲ କୁମାର ଡାକୁଆ ଥାନାଧିକାରୀ ରମେଶ କୁମାର ପ୍ରଧାନ କାର୍ଯ୍ୟନିର୍ବାହୀ ଅଧିକାରୀ ଦୂତିକୃଷ୍ଣ ପାତ୍ର ସଂଯୋଜକ ଜିତେନ୍ଦ୍ର କୁମାର ତ୍ରିପାଠୀ ଓ ସୋରଡ଼ା ର ଦୁଇ ଗୋଟି ବଣିକ ସଂଘ ପକ୍ଷରୁ ଏହି ରିଲିଫ୍ ସାମଗ୍ରୀ ପଠାଯାଇଛି।ଥାନାଧିକାରୀ ରମେଶ କୁମାର ପ୍ରଧାନ ଓ ଏନ୍ ଏ ସି ଅଧକ୍ଷ ଶିବ ଶଙ୍କର ପଣ୍ଡା ଙ୍କ ପ୍ରେରଣା ରେ ଏହି ସଂଗୃହିତ ସାମଗ୍ରୀ କୁ ଜିଲ୍ଲା ମୁଖ୍ୟାଳୟ ଛତ୍ରପୁର କୁ ପଠା ଯାଇଥିବା ସୂଚନା ମିଳିଛି |

 

ସୋରଡ଼ା କୁ କୋରେଶ୍ ମହାପାତ୍ର ଙ୍କ ରିପୋର୍ଟ ଫୋକସ ପ୍ଲସ l

Leave a Reply

Your email address will not be published. Required fields are marked *