ବନ୍ୟା ବିପନ୍ନ ଙ୍କୁ ସହାୟତା

ଫୋକସ ପ୍ଲସ(ତାଳଚେର)୨୩/୦୮/୨୦୨୨: ଜଳ ବହୁଳେ ସୃଷ୍ଟି ନାଶ ଜଳ ବିହୁନେ ବି ସୃଷ୍ଟି ନାଶ। ଅଗଷ୍ଟ ମାସର ଲଘୁଚାପ ଜନିତ ବର୍ଷା ଯୋଗୁଁ ସମ୍ପୂର୍ଣ୍ଣ ରାଜ୍ୟ ପ୍ରଭାବିତ ହୋଇଥିବା ବେଳେ ଅନୁଗୁଳ ଜିଲ୍ଲା ର ଟିକରପଡ଼l ଅଞ୍ଚଳ ମଧ୍ୟ ବେଶ୍ କ୍ଷତିଗ୍ରସ୍ତ ହୋଇଥିଲା । ମହାନଦୀ ଅବବାହିକା ରେ ଥିବା ଏହି ବନ୍ୟାଞ୍ଚଳ ବାହ୍ୟ ଜଗତ ରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇ ଯାଇଥିଲ । ଲୋକ ମାନଙ୍କର ଘର ଦ୍ଵାରା ଭାଙ୍ଗିବା ସହିତ ଚାଷ ବାସ ମଧ୍ୟ ନଷ୍ଟ ହୋଇ ଯାଇଥିଲା । ଖାଦ୍ୟ ପାନୀୟ ର ଅଭାବ ରେ ଛଟ ପଟ ହେଉଥିଲେ ଲୋକେ ।
ତେବେ ଏଭଳି ଗମ୍ଭୀର ସମୟରେ ଅନୁଗୁଳ ଜିଲ୍ଲା ବଅଁରପାଳ ଅରlହାଟ ଅଞ୍ଚଳ ରେ ଗଢି ଉଠିଥିବା ନାରାୟଣୀ ବୈଷୟିକ ଶିକ୍ଷାନୁଷ୍ଠାନ ର ଡାଇରେକ୍ଟର ଶ୍ରୀ ବିଭିଧେନ୍ଦୁ ବଳ ଓ ପ୍ରିନସିପlଲ୍ ଶ୍ରୀମତୀ ରଶ୍ମିତାବଳl ଗଡ଼ନାୟକ ବନ୍ୟା ବିପନ୍ନ ଙ୍କୁ ସହାୟତା କରିବା ପାଇଁ ଅଣ୍ଟା ଭିଡ଼ିଥିଲେ । ଆଜି କଲେଜ ର ଅଧ୍ୟାପକ- ଅଧ୍ୟାପିକା ଓ ଅନ୍ୟ କର୍ମଚାରୀ ମାନେ ପହଞ୍ଚିଥିଲେ ଟିକରପଡ଼l ଅଞ୍ଚଳ ର ବନ୍ୟା ପ୍ରଭାବିତ ଗ୍ରାମ ଗୁଡିକରେ । ଟିକରପଡା ଅଞ୍ଚଳ ର ଚାରୋଟି ଗାଁ ଯଥା ରାମିମୁଣ୍ଡା, ବେହେରା ସାହି, ଗଇଁନ୍ଦି ଓ ମଝିପଡ଼ା ର 360 ପରିବାରକୁ ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ । ଚୁଡ଼ା , ଗୁଡ଼, କଦଳୀ ଓ ବିସ୍କୁଟ ଭଳି ଶୁଖିଲା ଖାଦ୍ୟ ସହିତ ପିଇବା ପାଣି ମଧ୍ୟ ପ୍ରଦାନ କରିଥିଲେ । ଏହି ସହାୟତା ପ୍ରଦାନ କାର୍ଯ୍ୟକ୍ରମ ରେ କଲେଜର ଭାଇସି ପ୍ରିନ୍ସିପାଲ ଶ୍ରୀ ଅମିୟ ରଞ୍ଜନ ସାହୁ, ବରିଷ୍ଠ କିରାଣି ଶ୍ରୀ ସୁରେଶ ଚନ୍ଦ୍ର କର୍, କନିଷ୍ଠ କିରାଣି ଆଦିକନ୍ଦ ସାମଲ, ଅଧ୍ୟାପକ ଶ୍ରୀ ହିମାଂଶୁ ପାତ୍ର, ଶ୍ରୀ ସୌମ୍ୟରଞ୍ଜନ ରାଉତ ଅର୍ଜୁନ ବେହେରା, ଅଧ୍ୟାପିକା ଯୋଷ୍ଣା ପ୍ରଧାନ, ସୁପ୍ରିତି ଧର, ଡଲଫିନ ପ୍ରଧାନ, ସସ୍ମିତା ଦାସ, ଲ୍ୟାବ ଆସିଷ୍ଟାଣ୍ଟ ବୀରେନ ସାମଲ, ଆଲୋକ ରାଉତ, ଡ଼୍ରାଇଭର ମୁନl ବିଶ୍ଵାଳ, ସରୋଜ ସାହୁ, କଲେଜ ର ପିଅନ ଓ ସଫେଇ କର୍ମଚାରୀ ମାନେ ଉପସ୍ଥିତ ରହି ବନ୍ୟାବିପନ୍ନ ପରିବାର କୁ ଆଶ୍ୱସ୍ତି ଦେଇଥିଲେ ଓ ଶୁଖିଲା ଖାଦ୍ୟ ପଦାର୍ଥ ମଧ୍ୟ ପ୍ରଦାନ କରିଥିଲେ । ଅନୁଷ୍ଠାନ ର ବରିଷ୍ଠ ଅଧ୍ୟାପକ ତଥା ଯୁବ ସମାଜ ସେବୀ ଶ୍ରୀ ସୌମ୍ୟରଞ୍ଜନ ପଟ୍ଟନୟକ ଙ୍କ ନେତୃତ୍ୱ ରେ ଏହି ସହାୟତା କାର୍ଯକ୍ରମ ସୁରୁଖୁରରେ ସୁଚାରୁ ରୂପେ ପରିଚାଳିତ ହୋଇଥିଲା । ଶ୍ରୀ ପଟ୍ଟନାୟକ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ କୁ ତଦାରଖ କରିବା ସହିତ ନିଜେ ଲୋକମାନଙ୍କୁ ଖାଦ୍ୟ ପଦାର୍ଥ ବlଣ୍ଟି ଥିଲେ ଓ ବନ୍ୟା ବିପନ୍ନ ପରିବାର ମାନଙ୍କୁ ଦୃଢ଼ତା ର ସହିତ ପରିସ୍ଥିତି ର ମୁକାବିଲା କରିବା ପାଇଁ ବୁଝାଇଥିଲେ । ତେବେ ବନ୍ୟା ବିପନ୍ନ ପରିବାର ଗୁଡ଼ିକୁ ଏଭଳି ସାମାଜିକ ସହାୟତା ପ୍ରଦାନ କରିଥିବାରୁ ସ୍ଥାନୀୟ ଲୋକ କଲେଜ କର୍ତ୍ତୃପକ୍ଷ ଙ୍କୁ ଧନ୍ୟବାଦ୍ ଦେବl ସହିତ ସମସ୍ତ କର୍ମଚାରୀଙ୍କୁ ପ୍ରଶଂସା କରିଥିଲେ ଏବଂ ଅନୁଷ୍ଠାନ ର ଉନ୍ନତି ଓ ମଙ୍ଗଳ କାମନା କରିଥିଲେ । ଏ ସମ୍ପର୍କରେ କଲେଜ ର ଡାଇରେକ୍ଟର ଶ୍ରୀ ବିଭୁଧେନ୍ଦୁ ବଳ କୁହନ୍ତି ଯେ ଲୋକଙ୍କ ର ସେବା କରିବାର ସୁଯୋଗ ପାଇଥିବା ରୁ ନିଜକୁ ଧନ୍ୟ ମନେ କରୁଛନ୍ତି ଓ ଆଗକୁ ଯେ କୌଣସି ପ୍ରାକୃତିକ ବିପର୍ଯ୍ୟୟ ଆସୁନା କାହିଁକି ଓଡ଼ିଶା ର ଲୋକଙ୍କୁ ଦୃଢ଼ ଭାବରେ ସାମ୍ନା କରିବେ ଓ ନାରାୟଣୀ ଇନଷ୍ଟିଚ୍ୟୁଟ ସଦା ସର୍ବଦା ଲୋକ ଙ୍କୁ ସହାୟତା କରିବା ପାଇଁ ପ୍ରସ୍ତୁତ ରହିବ ।

 

ତାଳଚେର ରୁ ରବୀନ୍ଦ୍ର ନାଥ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *