ବନ୍ୟା ବିପନ୍ନ ଙ୍କ ପାଇଁ ସାହାରା

ଫୋକସ ପ୍ଲସ(କେନ୍ଦ୍ରାପଡ଼ା)୨/୦୯/୨୦୨୨: ମୁକ୍ତେଶ୍ଵର ସ୍ୱାଇଁ ଚାଲିଯାଇଛି ବନ୍ୟା କିନୁ ସରିନି ବନ୍ୟା ବିପନ୍ନ ଙ୍କ ଦୃଦଶା ଏବେବି ଅନେକ ଲୋକ ବନ୍ୟା ପାଇଁ ଅସୁବିଧାରେ ଚଳୁଛନ୍ତି। ଆଉ ବନ୍ୟା ବିପନ୍ନ ଙ୍କ ପାଇଁ ସରକାର ଦେଉଥିବା ସହାୟତା ସମୁଦ୍ରକୁ ଶଙ୍ଖେ । ଯାହାକି ସାଧାରଣ ଲୋକେ ଚଳିବା କଷ୍ଟ ସାଧ୍ୟ କାହିକିଁ ନା ଚାଷ ଜମିଠୁ ଆରମ୍ଭ କରି ବାସଗୃହ ଅଧିକାଂଶ ପାଣି ବୁଡ଼ିକି ନଷ୍ଟ ହୋଇଯାଇଛି । ସରକାରୀ ସହାୟତା ମିଳୁଥିଲେ ମଧ୍ୟ ଆବଶ୍ୟକ ଠାରୁ କମ୍ ଯାହାକି ଅନେକ ଲୋକେ ମଧ୍ୟ ପୂର୍ବରୁ ଗଣମାଧ୍ୟମ ସାମ୍ନାରେ କହିଥିଲେ । ଯେଉଁଠି ସରକାର ପହଞ୍ଚିବା କଷ୍ଟ କିନ୍ତୁ ସେଇଠି ବେସରକାରୀ ସାହାଯ୍ୟ ହାତ ବଢୁଛି ଯାହା ସାଧାରଣ ଲୋକ ଙ୍କ ଅସମୟର ବନ୍ଧୁ ପାଲଟିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ଅଧୀନରେ ଥିବା ପାଇକା ନଦୀର ପ୍ରଭାବିତ ହୋଇଥିବା ମଙ୍ଗରାଜପୁର ଓ ବଟିରା ପଞ୍ଚାୟତର ଲୋକଙ୍କ ପାଖରେ ପହଞ୍ଚିଛି ଲାୟନ୍ସ କ୍ଳବ୍ । ପ୍ରକୁତ କ୍ଷତିଗ୍ରସ୍ତ ପରିବାର ଚିହ୍ନଟ କରି ୧୫ଦିନ ପର୍ଯ୍ୟନ୍ତ ରାସନ ସାମଗ୍ରୀ ଯୋଗାଇ ଦେଇଛନ୍ତି । ଏହା ଆଜି ନୁହେଁ ବରଂ ପୂର୍ବରୁ ଅନେକ ସାହାଯ୍ୟ ସହଯୋଗ କରିଆସିଛନ୍ତି ବୋଲି ଲାୟନ୍ସ କ୍ଳବ୍ ର କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ଦୀପକ ଚୌଧୁରୀ କହିଛନ୍ତି । ଏହି ସାହାଯ୍ୟ ସହଯୋଗ ପାଇଁ ସ୍ଥାନୀୟ ଲୋକେ ଲାୟନ୍ସ କ୍ଳବ୍ ର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ।

କେନ୍ଦ୍ରାପଡ଼ା ରୁ ମୁକ୍ତେଶ୍ଵର ସ୍ୱାଇଁ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *