ଫୋକସ ପ୍ଲସ(ଜଗତପୁର)୧୭/୦୮/୨୦୨୨: ଲଗାଣ ବର୍ଷା ଯୋଗୁଁ ମହାନଦୀରେ ଜଳସ୍ତର ବୃଦ୍ଧି ପାଉଥିବା ବେଳେ ଆଗାମୀ ୧୯ ତାରିଖରେ ପୁଣି ଏକ ଲଘୁଚାପ ସୃଷ୍ଟିକୁ ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଯାହା ଫଳରେ ବନ୍ୟା ସ୍ଥିତି ସଙ୍ଗୀନ ହେବାର ଆଶଙ୍କା ପ୍ରକାଶ ପାଇଛି। ବନ୍ୟା ଜଳ କିଭଳି ଠିକ୍ ଢଙ୍ଗରେ ନିଷ୍କାସନ ହେବ,ତାକୁ ଦୃଷ୍ଟିରେ ରଖି ପ୍ରଶାସନ ସଜାଗ ରହିଛି। କଟକ ଯୋବ୍ରା ସ୍ଥିତ ମହାନଦୀ ବ୍ୟାରେଜରେ ବନ୍ୟାଜଳ ଆସିବା ପରେ ନିଷ୍କାସନ ପାଇଁ ବ୍ୟାରେଜରେ ଥିବା ସମସ୍ତ ଗେଟ୍ ଗୁଡିକୁ ଉଠାଯିବାର ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ଯାନ୍ତ୍ରିକ ତ୍ରୁଟି କାରଣରୁ ବ୍ୟାରେଜର ୧୧ଟି ଗେଟ୍ ଅଧା ଖୋଲା ଯାଇଥିବା ଦେଖିବାକୁ ମିଳୁଛି। ଯାହାକି ଗେଟ୍ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଉ ନ ଥିବା ସ୍ପଷ୍ଟ ହୋଇଛି। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାରେଜର ରକ୍ଷଣାବେକ୍ଷଣ ବାବଦକୁ ବାର୍ଷିକ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରାଯାଉଛି। କିନ୍ତୁ ବନ୍ୟା ଭଳି ବିପତ୍ତି ସମୟରେ ବ୍ୟାରେଜ ଫାଟକର ଏଭଳି ସ୍ଥିତି ପାଇଁ ବ୍ୟାରେଜ ଡିଭିଜନ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅଧିକାରୀ ମାନଙ୍କ ଏଭଳି ବେପରୁଆ ଏବଂ ଖାମଖିଆଲ ନୀତି ପାଇଁ ବ୍ୟାରେଜର ଉପରମୁଣ୍ଡରେ ଥିବା ଜନବସତି ଗୁଡିକ ଏବେ ବନ୍ୟା ଆଶଙ୍କାରେ ଜୀବନ ବିତାଉଛନ୍ତି।
ଜଗତପୁର ରୁ ପୁର୍ଣ ଚନ୍ଦ୍ର ସ୍ୱାଇଁ ଙ୍କ ରିପୋର୍ଟ ଫୋକସ ପ୍ଲସ |