ବନ ବିଭାଗ ପେଟ୍ରୋଲିଙ୍ଗ ରେ୬୦ହଜାର ଟଙ୍କାର କାଠ ଜବଦ

ଫୋକସ ପ୍ଲସ(ଉଦଳା)୦୬/୦୯/୨୦୨୨: ବନ ବିଭାଗକୁ ଚକମା ଦେଇ ଅନେକ ସମୟରେ ଚୋରା କାଠ ମାଫିଆ ମାନେ ଶିମିଳିପାଳ ଜଙ୍ଗଲରୁ ଚୋରାରେ ବହୁ ମୂଲ୍ୟବାନ କାଠ ଚୋରି କରି ବାହାର ଜିଲ୍ଲାକୁ ଚାଲାଣ କରୁଥିବା ବେଳେ ଉଦଳା ବନ ବିଭାଗର ରାତ୍ର ପେଟ୍ରୋଲିଙ୍ଗ ଗାଡ଼ି କୁଆମରା ବାଲେଶ୍ୱର ରାସ୍ତାର ଧାଉଁଡିଆ ନିକଟରେ ଏକ ଚୋରା କାଠ ବୋଝେଇ ଗାଡିକୁ ମାଡି ବସିଛି, ଡ୍ରାଇଭର ଗାଡ଼ି ଛାଡି ଫେରାର ହୋଇ ଥିବା ବେଳେ ମୂଲ୍ୟବାନ ଚୋରା ଶାଗୁଆନ କାଠ ସମେତ କାଠ ବୋଝେଇ ଗାଡିକୁ ଜବଦ କରିଛି ଉଦଳା ବନ ବିଭାଗ, ଉଦଳା ବନ ବିଭାଗର ରେଞ୍ଜର ଅରୁଣ କୁମାର ବେହେରାଙ୍କ ନିର୍ଦେଶରେ ବନ ବିଭାଗର କାର୍ଯ୍ୟରତ କର୍ମଚାରୀ ଅଞ୍ଜନ କୁମାର ଲେଙ୍କା, ଆମ୍ଫାରାମ ସୋରେନ, ଅଙ୍କୁର ମହାଳିକ, ଅନନ୍ତ ନାରାୟଣ ଚୌଧୁରୀ, ଅଜୟ ସାହୁ, ପପୁ ମହାକୁଡ଼ କୁଆମରା ବାଲେଶ୍ୱର ରାସ୍ତାରେ ପେଟ୍ରୋଲିଙ୍ଗକୁ କଡାକଡ଼ି କରିଥିଲେ, OD 01U-8993 ନମ୍ବର ବିଶିଷ୍ଟ ଏକ ଟାଟା ଯୋଧ୍ୟl ପିକଅପ ଗାଡ଼ିରେ ଚୋରା ଶାଗୁଆନ କାଠ ବୋଝେଇ ହୋଇ ବାଲେଶ୍ୱର ଅଭିମୁଖେ ଯାଉ ଥିବା ବେଳେ ଧାଉଁଡିଆ ନିକଟରେ ବନ ବିଭାଗର କର୍ମଚାରୀ ଗାଡିକୁ ଭୋର ସମୟରେ ଅଟକାଇବାରୁ ଡ୍ରାଇଭର ଗାଡ଼ି ଛାଡି ଚମ୍ପଟ ମାରିଥିଲା, ତେବେ ବନ ବିଭାଗର କର୍ମଚାରୀ ଗାଡିକୁ ଜବଦ କରି ଉଦଳା ବନ ବିଭାଗ କାଯ୍ୟଳୟକୁ ଆଣି ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଜବଦ ହୋଇଥିବା ଶାଗୁଆନ କାଠର ଆନୁମାନିକ ମୂଲ୍ୟ 60 ହଜାରଟଙ୍କାରୁ ଉର୍ଦ୍ଧ ହେବ ବୋଲି ବନ ବିଭାଗ ସୂଚନା ପ୍ରଦାନ କରିଛି, ବନ ବିଭାଗର ଆକ୍ସନ ମୋଡ଼ ପାଇଁ ବିଭାଗକୁ ଅଂଚଳରେ ପ୍ରଶଂସା କରା ଯାଇଛି l

 

ଉଦଳା ରୁ ଦିଲ୍ଲୀପ କୁମାର ପରିଡା ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *