ଫୋକସ ପ୍ଲସ (ନିମାପଡ଼ା) ୦୭/୦୭/୨୦୨୨: ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ, ଅସ୍ତରଙ୍ଗ ଓ ଗୋପ ବନାଞ୍ଚଳ ରେଞ୍ଜର ଙ୍କ ନିଷ୍କ୍ରିୟତା କାରଣ ରୁ ନିମାପଡା, ଗୋପ, ତୁଳସୀପୁର, ଆମ୍ପୋର,ବେଲପଡା, ବାଜପୁର, ଅସ୍ତରଙ୍ଗ,ଶୁକପୋଖରୀ, କେନ୍ଦ୍ରାପାଟି, ନିମାପଡା ପ୍ରଭୃତି ସ୍ଥାନ ରେ ବେଆଇନ କରତ କଳ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। କାଠ ମାଫିଆ ମାନେ ଦିନରାତି ଖୋଲା ଖୋଲି କରତ କଳ ଚଳାଇ ଆସୁଥିବାବେଳେ ବନ ବିଭାଗ ନୀରବ ଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି।ଗ୍ରାମ୍ୟ ଜଙ୍ଗଲ ଓ ସଂରକ୍ଷିତଜଙ୍ଗଲ ର ୫କିମି ପରିସର ରେ କୌଣସି କରତକଳ ଚାଲି ପାରିବ ନାହିଁ ବୋଲି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି। କିନ୍ତୁ ଏହି ନିର୍ଦ୍ଦେଶ କୁ ଫୁ କରି ଦିନ ରାତି କାଠ ମାଫିଆ ମାନେ ଦିନରାତି ଖୋଲା ଖୋଲି କରତ କଳ ଚଳାଇ ଆସୁଥିବା ରୁ ପୋଲିସ, ପ୍ରଶାସନ, ବନବିଭାଗ
ଉପରୁ ଜନସାଧାରଣ ଙ୍କ ଆସ୍ଥା ତୁଟିବାରେ ଲାଗିଛି। ବିଭିନ୍ନ ଗଣମାଧ୍ୟମ ରେ ଏ ସଂପର୍କ ରେ ଖବର ପ୍ରକାଶ ପାଇଲେ ବନ ବିଭାଗ ଓ ବିଭାଗୀୟ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଉଛି। ଉଦବେଗ ର ବିଷୟ ହେଉଛି କରତ କଳ ଉପରେ ଚଢାଉ ପୁର୍ବରୁ ସମସ୍ତ କରତକଳ ମାଲିକ ମାନଙ୍କୁ ପୁର୍ବରୁ ଗୁପ୍ତ ସୂଚନା ଦିଆଯାଉଛି। ଫଳରେ ଚଢାଉ ପ୍ରହସନ ରେ ପରିଣତ ହେଉଛି ଓ ଲୋକ ଦେଖାଣିଆ ହେଉଛି। ଜାଣିଶୁଣି କରତ କଳ ମାଲିକ ମାନଙ୍କୁ ଗିରଫ କରାଯାଉନାହିଁ। ବିଭିନ୍ନ କରତ କଳ ମାଲିକ ଙ୍କ ନାମରେ ଏକାଧିକ ବାର ମାମଲା ରୁଜୁ କରି ଚୁପ୍ ଚାପ୍ ବସିଯାଉଚି
ବନ ବିଭାଗ। ଫଳରେ ଚୋରା କରତ କଳ ବସାଇବା ଏହି ଅଞ୍ଚଳ ରେ କୁଟୀର ଶିଳ୍ପ ରେ ପରିଣତ ହୋଇଛି।ଟଙ୍କା ଟିଏ ବି ରାଜସ୍ୱ ସରକାର ପାଉନଥିବା ବେଳେ କାଠ ମାଫିଆ ମାନେ ମାଲାମାଲ ହୋଇଯାଉଛନ୍ତି। କିଛି ଶାସକ ଦଳ ନେତା ବେଆଇନ କରତ କଳ ଚଲାଇ ଆସୁଥିବାରୁ
ଏମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନଗ୍ରହଣ କରିବାକୁ ବନ ବିଭାଗ କୁଣ୍ଠାପ୍ରକାଶ କରୁଛି। ଅପର ପକ୍ଷରେ କିଛି
କୁଜି ନେତା ଙ୍କ ଦଲାଲି ରେ ବନ ବିଭାଗ ଅଧିକାରୀ ମୋଟା ଅଙ୍କର ପାଉଣା ପାଇ ଚୁପ୍ ବସିଛନ୍ତି ବୋଲି ଅଭିଯୋଗ କରିଛନ୍ତି ତୁଳସୀପୁର ପଞ୍ଚାୟତ ର ପୂର୍ବତନ ସମିତି ସଭ୍ୟ
ହରିହର ସାହୁ ଓ ନିମାପଡା ର ରଞ୍ଜନ ମଲିକ। ଏ ବିଷୟରେ ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଏ ସି ଏଫ ଉତ୍ତମ କୁମାର ଗଡ଼ନାୟକ ଙ୍କୁ ପଚାରିବାରେ ସେ କହିଥିଲେ ଯେ,
ବିଭିନ୍ନ ସମୟରେ ବେଆଇନ କରତ କଳ ଉପରେ ଚଢାଉ ହୋଇଛି। ଖୁବ୍ ଶୀଘ୍ର ପୁଣି ଥରେ ବେଆଇନ କରତ କଳ ଉପରେ ଚଢାଉ କରାଯିବ । ରାଜ୍ୟ ଜଙ୍ଗଲ ମନ୍ତ୍ରୀ ଏ ଦିଗରେ ଦୃଷ୍ଟି ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଙ୍କ ପକ୍ଷରୁ ଦାବି ହୋଇଛି।