ତାଳଚେର : ଢ଼େଙ୍କାନାଳ ଜିଲ୍ଳାର ବରିଷ୍ଠ ଶ୍ରମିକ ନେତା ଯୋଗେନ୍ଦ୍ର ନାଥ ତ୍ରିପାଠୀଙ୍କ ବିୟୋଗରେ ଏକ ଶୋକସଭା ତାଳଚେର ମେହେନ୍ତର ସଂଘ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଶ୍ରମିକ ନେତା ଅରେନ୍ ପାଣି ଏହି ସଭାରେ ଅଧ୍ୟକ୍ଷତା କରିବାସହ ନିଜ ବକ୍ତବ୍ୟରେ ଯୋଗେନ୍ଦ୍ର ନାଥ ତ୍ରିପାଠୀଙ୍କ ବିୟୋଗ ସମଗ୍ର ଅସଙ୍ଗଠିତ ଶ୍ରମିକମାନଙ୍କ ପାଇଁ ଅପୂରଣୀୟ କ୍ଷତି ବୋଲି କହିଥିଲେ । ଢ଼େଙ୍କାନାଳ ଜିଲ୍ଳାର ମହିଦ୍ୟାଳୟରେ ସେ ଅଧ୍ୟନୟ କରୁଥିଲେ ଏବଂ ଢ଼େଙ୍କାନାଳ କଲେଜ ସରକାର ହାତକୁ ନେବା ପାଇଁ ଦାବିକରି ସେ ସମୟର ଛାତ୍ର ଆନ୍ଦୋଳନର ନେତୃତ୍ୱ ନେଉଥିଲେ । ପରିଶେଷରେ ଏହି ଦାବି ମାନିନେଇ ଢ଼େଙ୍କାନାଳ କଲେଜକୁ ସରକାର ହାତକୁ ନେଇଥିଲେ । ସେ ସାରା ଜୀବନ କେନ୍ଦୁପତ୍ର ଶ୍ରମିକ, ନିର୍ମାଣ ଶ୍ରମିକ, ମେହେନ୍ତର ଏବଂ ବିଡ଼ି ଶ୍ରମିକମାନଙ୍କୁ ସଙ୍ଗଠିତ କରି ନ୍ୟାର୍ଯ୍ୟ ଦାବୀ ହାସଲ କରୁଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରମିକ ନେତା କିଶୋର ଚନ୍ଦ୍ର ରଥ,ହରଜିନ୍ଦର ସିଂହ,ଶ୍ରୀକାନ୍ତ ପାଣି ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ତ୍ରିପାଠୀଙ୍କ ସ୍ମୃତିଚାରଣ କରିବାସହ ଅସଙ୍ଗଠିତ ଶ୍ରମିକମାନଙ୍କ ପାଇଁ ତାଙ୍କ ଅବଦାନ ସମ୍ପକରେ ଆଲୋଚନା କରିଥିଲେ ।