ବର୍ଷକର ଅମଳ କାଟି ନେଇଗଲେ ମୁ ଚଳିବି କେମିତି?

ଫୋକସ ପ୍ଲସ 13/12/2022(ମୋହନା ): ଦଶବର୍ଷ ଧରି ସରକାରୀ ଜାଗାରେ ଫସଲ ଆଦାୟ କରୁଥିଲେ ବାସୁ ମଳିକ ବାସୁଙ୍କ ଘର ଗଜପତି ଜିଲ୍ଲା ମୋହନା ବ୍ଲକ ଢେପାଗୁଡା ପଞ୍ଚାୟତ ଗୋଠକେଳି ଗ୍ରାମରେ ବାସୁ ମଳିକ ଚଳିତ ବର୍ଷ ସେହି ଜାଗାରେ ରାଶି ସଞ୍ଚୟ କରିବାର ସ୍ବପ୍ନଦେଖି ଦଶ ଏକର ଜାଗାରେ ଲଗେଇଥିଲେ ରାଶି | ଫସଲ ମଧ୍ୟ ଭଲ ହୋଇଥିଲା ହେଲେ ଫସଲ ସଂଚୟ କରିବାକୁ ମଧ୍ୟ ଲୋକଙ୍କୁ ଧରି ବାଡରେ ପହଂଚିଥିଲେ ବାସୁ l ଫସଲ ମଧ୍ୟ ଭଲ ହୋଇଥିବା ଦେଖି ଖିସି ହୋଇଯାଥିଲେ l ଆଗକୁ ବର୍ଷା ହେବାର ଖବର ପାଇ ବିଳମ୍ବରେ ସଞ୍ଚୟ କରିବାକୁ ନିଷ୍ପତି ନେଇଥିଲେ ବର୍ଷା ଛାଡିବା ପରେ ଯେତେବେଳେ ବାସୁ ଫସଲ ବାଡ଼ରେ ପହଂଚିଥିଲେ l ହେଲେ ରଙ୍ଗିଆମ୍ବର କିଛି ଲୋକ ଜୋରଜବଦସ୍ତି ରାଶିଗୁଡିକ କାଟି ଗତ ଗୁରୁବାର ଦିନ ଚାରିଟା ସମୟରେ ନେଇଯାଉଥିବାଦେଖି ବାସୁ ସେହି ଲୋକଙ୍କୁ ପଚାରିଥିଲେ କୁଆଡେ ନେଇଯାଉଛ l ହେଲେ ରଙ୍ଗୀଆମ୍ବାର କିଛି ଲୋକ ବାସୁକୁ ବାଡ଼େଇବୁ କହି ଧମକ ଦେଇଥିଲେ ପରେ ବାସୁ ଭୟରେ ଘରକୁ ପଳିଆସି ଗ୍ରାମର କିଛି ଲୋକଙ୍କୁ ଏ ବିଷୟରେ କହିଥିଲେ ହେଲେ ବାସୁର ଗୁହାରି କେହି ଶୁଣିନଥିଲେ ପରେ ବାସୁ ବାଧ୍ୟହୋଇ ଶେଷରେ ଆଜି ମୋହନା ଥାନାରେ ଦ୍ୱାରସ୍ତ ହୋଇଛନ୍ତି| ଏଠି ଦେଖିବାକୁ ବାକି ରହିଲା ପୋଲିସ ବାସୁକୁ କଣ ନ୍ୟାୟ ଦେଉଛି l

Leave a Reply

Your email address will not be published. Required fields are marked *