ବର୍ଷାଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ

ଫୋକସ ପ୍ଲସ(ବ୍ୟୁରୋ ): ବର୍ଷା ଅନୁଭବ ପାରିବାରିକ ବିବାଦ ମାମଲାରେ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଅନୁଭବ ମହାନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନଭେମ୍ବର ୨ ତାରିଖ ସୁଦ୍ଧା ଶାଶୁ ଘର ଚାବି ଫେରସ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଚାବି ଅନୁଭବ କିମ୍ବା ତାଙ୍କ ଓକିଲଙ୍କୁ ପ୍ରଦାନ କରିବାକୁ ଏସ୍‌ଡିଜେଏମ୍ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଅନୁଭବ ଏହି ଚାବିକୁ ଗ୍ରହଣ ନ କରନ୍ତି ତେବେ ସେହି ଚାବିକୁ ବର୍ଷା କୋର୍ଟରେ ଜମା କରିବାକୁ ଏସ୍‌ଡିଜେଏମ୍ କୋର୍ଟ ନିର୍ଦ୍ଦେଶରେ ଉଲ୍ଲେଖ କରିଛନ୍ତି।ପୁଣି ବିବାଦୀୟ ମୋଡ ନେଇଛି ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ବିବାଦ ମାମଲା । ବର୍ଷା ତାଙ୍କ ଶାଶୁଘର ଚାବି ଆସନ୍ତା ନଭେମ୍ବର ୨ ତାରିଖ ସୁଦ୍ଧା ଅନୁଭବ କିମ୍ବା ତାଙ୍କ ଓକିଲଙ୍କୁ ପ୍ରଦାନ କରିବାକୁ ଏସ୍‌ଡିଜେଏମ୍ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ପୁଣି ବିବାଦୀୟ ମୋଡ ନେଇଛି ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ବିବାଦ ମାମଲା । ବର୍ଷା ତାଙ୍କ ଶାଶୁଘର ଚାବି ଆସନ୍ତା ନଭେମ୍ବର ୨ ତାରିଖ ସୁଦ୍ଧା ଅନୁଭବ କିମ୍ବା ତାଙ୍କ ଓକିଲଙ୍କୁ ପ୍ରଦାନ କରିବାକୁ ଏସ୍‌ଡିଜେଏମ୍ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଅନୁଭବ ଏହି ଚାବିକୁ ଗ୍ରହଣ ନକରନ୍ତି ତେବେ ସେହି ଚାବିକୁ ବର୍ଷା କୋର୍ଟରେ ଜମା କରିବା ପାଇଁ ଏସ୍‌ଡିଜେଏମ୍ କୋର୍ଟ ନିର୍ଦ୍ଦେଶରେ ଉଲ୍ଲେଖ କରିଛନ୍ତି ।

କୋର୍ଟଙ୍କ ପୂର୍ବ ଆଦେଶ ସତ୍ତ୍ୱେ ବର୍ଷା ତାଙ୍କ ଶାଶୁଘର ଚାବି ପ୍ରଦାନ କରି ନ ଥିଲେ। ଏହାକୁ ନେଇ ସାଂସଦ ଅନୁଭବ କୋର୍ଟରେ ବର୍ଷାଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ । ଉଭୟ ପକ୍ଷଙ୍କୁ ଶୁଣିବା ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ଏହାସହ ବର୍ଷା ରୁଜୁ କରିଥିବା ଅନ୍ୟ ୨ ମାମଲାକୁ ମଧ୍ୟ କୋର୍ଟ ଖାରଜ କରି ଦେଇଛନ୍ତି।

 

Leave a Reply

Your email address will not be published. Required fields are marked *