ବର୍ଷାଙ୍କ ଫ୍ୟାନ ପେଜରୁ ଅନୁଭବଙ୍କୁ ନିନ୍ଦା |

ଫୋକସ ପ୍ଲସ ୧୯/୧/୨୩(ବ୍ୟୁରୋ):ଦିନକୁ ଦିନ ବର୍ଷା ଏବଂ ଅନୁଭବଙ୍କ ବିଚ୍ଛେଦ ବିବାଦ ବଢିବଢି ଚାଲିଛି | ଅନୁଭବ ଜାଗୃତିଙ୍କୁ ଭବିଷ୍ୟତରେ ବିବାହ କରିବେ କି ସେନେଇ ମଧ୍ୟ ସାମାଜିକ ଗଣାମାଧମରେ ଖୁବ ଚର୍ଚ୍ଚା ଚାଲିଛି |ଏଇ କିଛି ଦିନ ତଳେ ଅନୁଭବଙ୍କୁ ପୁଣି ଜାଗୃତିଙ୍କ ସହ ଦେଖିବାକୁ ମିଳିଥିଲା |ଅନୁଭବ ଜାଗୃତୀଙ୍କୁ ବିବାହ କରିବେ କି ଏନେଇ ତାଙ୍କ ଫ୍ୟାନ ମାନେ ଦ୍ଵନ୍ଦରେ ପଡିଛନ୍ତି |ସାମ୍ୱାଦିକା ଜାଗୃତିଙ୍କ ପାଖରୁ କିନ୍ତୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ | ବର୍ଷାଙ୍କ ଏକ ଫ୍ୟାନ ପେଜରୁ ଅନୁଭବଙ୍କ ବର୍ଷାଙ୍କ ପ୍ରତି ଥିବା ଘୃଣା ଭାବକୁ ବର୍ଷାଙ୍କ ଫ୍ୟାନ ମାନେ ଦର୍ଶାଇଛନ୍ତି| ଗୋଟିଏ ନାରୀକୁ ଭଲପାଇ ବାହା ହେଇ ,ତାକୁ ନିର୍ଯ୍ୟାତନା ଦେଇ ତା ସରଳତାର ସୁଯୋଗ ନେଇ ତା ଜୀବନକୁ ନଷ୍ଟ କରି ,ତା ଉପରେ ମିଥ୍ୟା ଆରୋପ ଲଦି ଦେଇ ,ଡିଭୋର୍ସ ଫାଇଲ କରି ତାକୁ ଶାଶୁ ଘରୁ ବିତାଡିତ କରି ,ସୋସିଆଲ ମିଡ଼ିଆରେ ତାକୁ ବଦ୍ନାମ କରି ମାନସିକ ଭାବେ ଯନ୍ତ୍ରଣା ଦେଇଛନ୍ତି ଅନୁଭବ ମହାନ୍ତି ବୋଲି ବର୍ଷାଙ୍କ ଫ୍ୟାନ ପେଜରେ ଉଲ୍ଲେଖ ରହିଛି |ଅନୁଭବ ବର୍ଷାଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯ୍ୟାତନା ଦେଇଛନ୍ତି |ନିର୍ଯ୍ୟାତନା ଦେଉଥିବା ଲୋକ ଏଠି ନିଜେ ପୀଡିତ ହେବାର ଅଭିନୟ କରି ଲୋକଙ୍କୁ ଭୁଆଁ ବୁଲାଉଛି | ଖାଲି ମିଛ କଥା ମିଡ଼ିଆଙ୍କୁ ଆଣି ବର୍ଷାଙ୍କ ବଦନାମ କରୁଛି ବୋଲି ବର୍ଷାଙ୍କ ଫ୍ୟାନ ମାନେ ପ୍ରକାଶ କରିଛନ୍ତି | ଜଣେ ନାରୀ ଏତେ ସବୁ କଷ୍ଟ ପାଇବା ପରେ ମଧ୍ୟ ଧାର୍ଯ୍ୟର ସହ ସବୁ ଅପମାନକୁ ସହି ଲଢେଇ ଜାରି ରଖିଛନ୍ତି | ସମାଜ ସେବାରେ ନିଜର ମନ ବଳାଇଛନ୍ତି | ଜଣେ ଭଲ ବୋହୁ ଏବଂ ଭଲ ଝିଅ ହେବାର ସମସ୍ତ ନିଅମ ପାଳନ କରିଛନ୍ତି | ଧର୍ଯ୍ୟ ଏବଂ ସହନଶୀଳତାର ପ୍ରତୀକ ବର୍ଷା ସଭିଙ୍କ ମୁହଁରେ ହସ ଫୁଟାଇଛନ୍ତି ଏବଂ ଆଗକୁ ମଧ୍ୟ ସେ ଉନ୍ନତି କରିବେ ବୋଲି ବର୍ଷାଙ୍କ ଫ୍ୟାନ ପେଜରେ ଉଲ୍ଲେଖ ଥିବା ଦେଖିବାକୁ ମିଳିଥିଲା |

Leave a Reply

Your email address will not be published. Required fields are marked *