ଫୋକସ ପ୍ଲସ (ନାଲକୋ)୨୪/୦୬/୨୦୨୨: ପାଞ୍ଚ ଦିନ ହୋଇଗଲା ପାଣି ଘେରରେ ସିପିପି ର ସମସ୍ତ ବ୍ୟବସାୟ ସମ୍ପୂର୍ଣ୍ଣ ଠପ୍ ।ଅନୁଗୋଳ ଜିଲ୍ଲାର ବଅଁରପାଳ ବ୍ଲକ ସିପିପି ଛକ ରେ ଡ୍ରେନ ର କୌଣସି ବ୍ୟବସ୍ଥା ନ ଥିବାରୁ ଆଜି ବର୍ଷା ହେବା ଫଳରେ ସମସ୍ତ ଦୋକାନ ଗୁଡିକରେ ପ୍ରାୟ ଆଣ୍ଠୁଏ ଉଚ୍ଚ ପାଣି ବେହେଲା ମାରୁଛି !ଯାହା ଫଳରେ ସେମାନଙ୍କର ଲକ୍ଷାଧିକ ଟଙ୍କା ଦୋକାନ ସାମଗ୍ରୀ ପାଣି ରେ ଭାସି ନଷ୍ଟ ହୋଇଯାଇଛି। ଏବେ ସିପିପି ଛକ ର ପ୍ରତ୍ୟେକ ଦୋକାନ ର ଅବସ୍ଥା ଅତି ଶୋଚନୀୟ ହୋଇ ପଡିଛି । ସେ ଚା ଦୋକାନ, ମିଠା ଦୋକାନ ,ବହି ଦୋକାନ, ମୋବାଇଲ ଦୋକାନ, ପରିବା ଦୋକାନ ଓ ରାସନ ଦୋକାନ ହେଉ କି ପାନ ଦୋକାନ କିମ୍ବା ଔଷଧ ଦୋକାନ ଏବେ ସବୁଠି କେବଳ ବର୍ଷା ପାଣି ଆପଣ ଦେଖି ପାରୁଥିବେ |ଏତେ ମାତ୍ର ରେ ବର୍ଷା ହୋଇଛି ଯେ ହୋଟେଲ ର କାଡେଇ ଭାସୁଥିବା ଦେଖୁଛନ୍ତି |ସିପିପି ଛକ ଅବସ୍ଥା ଏଠି କହିବା କାହାକୁ ଶୁଣିବ କିଏ |
ବ୍ୟବସାୟୀ ମାନେ ଗୁଜୁରାଣ କିପରି ମେଣ୍ଟାଇବେ ସହିତ ଆଖ ପାଖ ଗ୍ରାମରେ ଲୋକେ ସିପିପି କାରଖାନା ର ଶ୍ରମିକ ବଜାର ଉପରେ ନିର୍ଭର କରୁଥିବା ବେଳେ ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ କଥା ଵ୍ୟଵସାୟୀ କରି ଗୁଜରଣ ମେଣ୍ଟାଇବା ! ସିପିପି ଛକ କିଛି ବ୍ୟବସାୟୀ ଓ ସାଧାରଣରେ ଅଭିଯୋଗ କି ନାଲକୋ ର ପ୍ଲାଣ୍ଟ ଅଞ୍ଚଳରୁ ଅଧିକ ବର୍ଷା ପାଣି ଆସୁଥିବାରୁ ଏପରି ଅବସ୍ଥାରେ ସୃଷ୍ଟି ହୋଇଛି ।ଆଗାମୀ ଦିନରେ ନାଲକୋ ପ୍ରଶାସନ ପକ୍ଷରୁ ପାଣିର ସ୍ଥାୟୀ ବ୍ୟବସ୍ଥା ନକରନ୍ତି ସମସ୍ତ ବ୍ୟବସାୟୀ ବାଧ୍ୟ ହୋଇ ନାଲକୋ ମାନବ ସମ୍ବଳ ବିଭାଗ କାର୍ଯାଳୟ ସମ୍ମୁଖରେ ଧାରଣା ଦେବା ସହ ଆନ୍ଦୋଳନ ର ପଥା ଆପଣାଇବେ ବୋଲି ଚର୍ଚ୍ଚା ଜୋର ଧରିଛି ।
ଅନୁଗୋଳ ରୁ ସତ୍ୟଶମ୍ଭୁ ନାଏକଙ୍କ ରିପୋର୍ଟ ଫୋକସ୍ ପ୍ଲସ୍ |