ଫୋକସ ପ୍ଲସ(ଭଣ୍ଡାରିପୋଖରୀ): ମୃତ ମହିଳାଙ୍କୁ ନ୍ୟାୟ ଦାବିରେ ଭଣ୍ଡାରିପୋଖରୀ ବ୍ଲକ ମାଳଦା ବଜ଼ାର ନିକଟରେ ଟାୟାର ଜାଳି ରାସ୍ତା ଅବରୋଧ କଲେ ମୃତ ଉଲାଷୀନୀ ପରିଡାଙ୍କ ବାପ ଘର ଲୋକେ ଏବଂ ଗ୍ରାମବାଶି ସମେତ ଶତାଧିକ ମହିଳା ଉପସ୍ଥିତ ରହି ଗରିବ ଝିଅକୁ ନ୍ୟାୟ ଦାବିରେ ରାସ୍ତା ରୋକ କରି ଥିଲେ,ବିକ୍ଷୋଭ କାରୀଙ୍କ କହିବା କଥା ଆମ ଝିଅ ଉଲ୍ଲାଶିନୀ ପରିଡା ବୟସ (28)ତାକୁ ତାର ଶଶୁର, ଶାଶୁ ଓ 3ଦିଅର ମିଳିତ ଭାବେ ହତ୍ୟା କରିଛନ୍ତି, ଭଣ୍ଡାରିପୋଖରୀ ପୋଲିସ ଘଟଣା ସ୍ଥଳରେ ପହଂଚି ରକ୍ତଲଗା କ୍ଷ୍ୟତ ବିକ୍ଷ୍ୟତ ମୃତ ଦେହ ଶୟନକକ୍ଷ୍ୟରୁ ଉଦ୍ଧାର କରିଥିଲା ହେଲେ, ଆଜକୁ ଦୁଇ ଦିନ ବିତି ଗଲେ ମଧ୍ୟ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ, ଅପର ପକ୍ଷ୍ୟରେ ପୋଲିସ କିରୋସିନ ଢାଳି ହୋଇ ଆତ୍ମହତ୍ୟାର ରୂପ ଦେଉଛି,ଏହି ପ୍ରତିବାଦ ରେ ଆମେ ଉକ୍ତ ମହିଳା ମୃତ ଦେହରଖି ରାସ୍ତା ଅବରୋଧ କରିଛୁ, ତେବେ ଏହି ଘଟଣା ଜଣା ପଡିବା ପରେ ସେହି ସ୍ଥାନ ରେ ପହଂଚି ଥିଲେ ଭଣ୍ଡାରିପୋଖରୀ IIC ଅମିତାଭ ଦାସ ବିକ୍ଷୋଭ କାରୀଙ୍କ ସହିତ ଆଲୋଚନା କରି କହିଛନ୍ତି,ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଜୀବ, IIC ଙ୍କ ଏହି ପ୍ରତିସୃତି ପରେ ବିକ୍ଷୋଭ କାରି ଓ ମହିଳାଙ୍କ ବାପ ଘର ଲୋକେ ଉକ୍ତ ମହିଳାଙ୍କ ମୃତ ଦେହକୁ ନେଇଯାଇଥିବା ଦେଖିବାକୁ ମିଳିଛି,ସେହି ସ୍ଥାନ ରେ ସ୍ୱଭାବିକ ଭାବେ ଜାନ ବାହାନ ଚଳା ଚଳ କରି ଥିବା ଦେଖିବାକୁ ମିଳିଛି |
ଭଣ୍ଡାରିପୋଖରୀରୁ ସଂଜୀବ ସେନାପତିଙ୍କ ରିପୋର୍ଟ