ବର୍ଷା ଦିନେ ଘରେ ବନାନ୍ତୁ ଚଟ୍‌ପଟା ମକା ଚାଟ୍‌, କେମିତି କରିବେ ପ୍ରସ୍ତୁତ?

ବର୍ଷା ଦିନ ଆସିଲାଣି, ଘରେ ଛୁଆ ହୁଅନ୍ତୁ କି ବୟସ୍କ ସମସ୍ତେ ଗରମ ଗରମ ଓ ଚଟପଟା ଜିନିଷ ଖାଇବାକୁ ପସନ୍ଦ କରନ୍ତି। ପକୋଡି ସବୁବେଳେ ଖାଉଛେ ହେଲେ ଆଜି ଆମେ ଆପଣଙ୍କୁ ଏକ ନୂଆ ଡିସ୍‌ ବିଷୟରେ କହିବାକୁ ଯାଉଛୁ। ଯାହା ଚଟ୍‌ପଟା ସହ ବହୁ ସ୍ବାଦିଷ୍ଟ ମଧ୍ୟ ରହିବ। ତେଣୁ ବର୍ଷାର ଉପଭୋଗ କରିବା ସହ ଘରେ ତିଆରି କରନ୍ତୁ ମକା ଚାଟ୍‌। ଆଉ ଏହାର ମଜା ନିଅନ୍ତୁ।
ଆବଶ୍ୟକୀୟ ସାମଗ୍ରୀ: ମିଠା ମକା, ତେଲ, କନର୍ର୍ଫ୍ଲୋର୍‌, ଲେମ୍ବୁ, ଧନିଆ ପତ୍ର, କଞ୍ଚା ଲଙ୍କା, ଲୁଣ, ଚାଟ୍‌ ମସଲା, ଲଙ୍କା ଗୁଣ୍ଡ,ଜିରା ପାଉଡ଼ର ଓ ଗୋଲମରିଚ ଗୁଣ୍ଡ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଅଳ୍ପ ପାଣିରେ ଲୁଣ ପକାଇ ମକାକୁ ସିଝାଇ ଏହାକୁ ଛାଣି ରଖନ୍ତୁ। ମକା ଥଣ୍ଡା ହୋଇଗଲା ପରେ ସେଥିରେ କନର୍ର୍ଫ୍ଲୋର୍‌, ଚାଟ୍‌ ମସଲା, ଲଙ୍କା ଗୁଣ୍ଡ, ଜିରା ପାଉଡ଼ର, ଗୋଲମରିଚ ଗୁଣ୍ଡ ଓ ସ୍ବାଦ ଅନୁସାରେ ଲୁଣ ପକାଇ ଭଲଭାବରେ ମିଶାଇ ଦିଅନ୍ତୁ। ଏହାପରେ ଏକ ପାତ୍ରରେ ତେଲ ଗରମ କରି ମସଲା ମିଶା ଯାଇଥିବା ମକାକୁ ଡିପ୍‌ ଫ୍ରାଏ କରନ୍ତୁ। ଛାଣି ସାରିଲା ପରେ ଏହାକୁ ଏକ ଟିସୁ ପେପରରେ ରଖନ୍ତୁ। ଫଳରେ ଟିସୁ ଜରିଆରେ ମକାରେ ଲାଗିଥିବା ଅତ୍ୟଧିକ ତେଲ ସବୁ ଶୋଷି ନେଇଥାଏ। ସେଥିରେ ଲେମ୍ବୁ ରସ, ଲଙ୍କା ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ଚାଟ୍‌ ମସଲା, କଞ୍ଚା ଲଙ୍କା, ଜିରା ପାଉଡ଼ର, ଧନିଆ ପତ୍ର ଓ ସ୍ବାଦ ଅନୁସାରେ ଲୁଣ ପକାଇ ମକା ଚାଟ୍‌ର ମଜା ନିଅନ୍ତୁ। ଯଦି ଏହି ଚାଟ୍‌କୁ ଆହୁରି ସ୍ବାଦିଷ୍ଟ କରିବା ପାଇଁ ଚାହୁଁଛନ୍ତି ତାହେଲେ ଏଥିରେ କଟା ପିଆଜ ଓ ଟମାଟୋ ମଧ୍ୟ ପକାଇ ପାରିବେ।

Leave a Reply

Your email address will not be published. Required fields are marked *