ବର୍ଷା ରେ ବେହାଲ ବିଦ୍ୟାଳୟ ଅବସ୍ଥା

ଫୋକସ ପ୍ଲସ(ଥୁଆମୂଳ)୧୪/୦୮/୨୦୨୨: ଥୁଆମୂଳ ରାମପୁର,୧୪ / ୮ କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକର କାଣିଗୁମା ପଞ୍ଚାୟତ ଅଧିନ ଟେଭାମହୁଲ ପ୍ରାଥମିକ ବିଦ୍ୟାଳୟ ଅବସ୍ଥା ବର୍ତ୍ତମାନ ଅତି ଶୋଚନୀୟ। ଲଗାଣ ବର୍ଷା ଯୋଗୁଁ ବିଦ୍ୟାଳୟ ଛାତରୁ ଟପ୍ ଟପ୍ ପାଣି ଝରି ଶ୍ରେଣୀ ଗୃହରେ ଜମୁଛି ଆଣ୍ଠୁଏ ପାଣି। ଏହି ପ୍ରାଥମିକ ବିଦ୍ୟାଳୟ ରେ ଡାଳିମଗୁଡା, ଚାଚିକୋନା, ଟେଭାମହୁଳ, ଏହି ୩ଗୋଟି ଗ୍ରାମ ର ୬୨ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିବାବେଳେ ବର୍ଷା ଯୋଗୁଁ ଛାତରୁ ପାଣି ଝରୁଥିବା ହେତୁ ପାଠପଢ଼ାରେ ବାଧାପ୍ରାପ୍ତ ହୋଇଛି। ଅତି ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେଲେ ବିଦ୍ୟାଳୟ ପ୍ରାୟ ସମୟ ବନ୍ଦ ରହୁଥିବା ଅଭିଯୋଗ ହେଉଛି ଯାହାକି ବିଦ୍ୟାଳୟ ରେ ପାଣି ଭର୍ତ୍ତି ହେଉଥିବା ଯୋଗୁଁ ଛାତ୍ର ଛାତ୍ରୀ ମାନେ ସ୍କୁଲରେ ବସି ପାଠ ପଢ଼ିବା ପାଇଁ କଷ୍ଟକର ହୋଇପଡୁଛି ଏହି ସ୍କୁଲ ଗୃହ ଟି ନିର୍ମାଣ ସମୟରେ ଅତି ନିମ୍ନ ମାନର କାମ ହେତୁ ଆଜି ଏଭଳି କଷ୍ଟ ଛାତ୍ରଛାତ୍ରୀ ମାନେ ଭୋଗୁଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏସଂପର୍କରେ ବାରମ୍ବାର ପ୍ରଶାସନ ଓ ଲୋକ ପ୍ରତିନିଧି ଙ୍କୁ ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳୁନଥିବା ଗ୍ରାମ ବାସୀ ଅତି ଦୁଃଖର ସହିତ ପ୍ରକାଶ କରିଛନ୍ତି । ଏନେଇ ଥୁଆମୂଳ ରାମପୁର ଏ ବିଡିଓ ଭରତ ମେହେର ଙ୍କୁ ଯୋଗାଯୋଗ କରିବାରୁ ଏଥିପ୍ରତି ପଞ୍ଚାୟତ ବିଭାଗ ଦୃଷ୍ଟି ଦେବା କଥା ବର୍ତ୍ତମାନ ପର୍ଯ୍ୟନ୍ତ ବ୍ଳକ ପ୍ରଶାସନ ଏଥିପ୍ରତି କୌଣସି ପଦକ୍ଷେପ ନେଇ ପାରିବେ ନାହିଁ ବୋଲି କହି ଥିଲେ। ତେବେ ସରକାରଙ୍କ ଶିକ୍ଷା ଦାନ ସତରେ ଆଦିବାସୀ ଅଞ୍ଚଳରେ ଭୁଷୁଡି ପଡିବ କି ଏହା କୁ ନେଇ ବଡ଼ ପ୍ରଶ୍ନ ବାଚୀ ସୃଷ୍ଟି ହେଉଛି।

ଥୁଆମୂଳ ରାମପୁର ବ୍ଲକ ରୁ ବିର ବଜରଙ୍ଗ ଚାରୁ ମଜୁମଦାର ନାଏକ ଙ୍କ ରିପୋର୍ଟ ଫୋକସ୍ ପ୍ଳସ୍।

Leave a Reply

Your email address will not be published. Required fields are marked *