ବର୍ଷା ସାଜିଲା କାଳ , ଚାଉଳ ପାଇଁ ଆସି ଘରକୁ ଫେରି ପାରିଲେ ନାହିଁ ହିତାଧୀକାରି

ଫୋକସ ପ୍ଲସ 1/4/23(ବ୍ୟୁରୋ): ଚାଉଳ ପାଇଁ ଆସି ଘରକୁ ଫେରି ପାରିଲେ ନାହିଁ ହିତାଧିକାରୀ । ପଞ୍ଚାୟତ କାର୍ଯୟନିର୍ବାହୀ ଅଧିକାରୀ ଏବଂ ଯୋଗାଣ ସହାୟକଙ୍କ ଦାୟତ୍ବହୀନତା ପାଇଁ ରାତି ଉଜାଗର ରହିଲେ ଲୋକ । ସକାଳ ୭ରୁ ଆସି ସଂଧ୍ୟା ୪ରେ ପାଇଲେ ପିଡିଏସ ଚାଉଳ । ଅଦିନିଆ ବର୍ଷା ସାଜିଲା ଦୁଃଖ ରାତି ସାରା ଗଛ ମୂଳେ ରହିଲେ ଲୋକ ।ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା କୋରାପୁଟ ଜିଲ୍ଲା ଦସମନ୍ତପୁର ବ୍ଲକ ଦୁଆର ଶୁଣି ପଞ୍ଚାୟତରେ ଗତକାଲି ସକାଳ ୭ଘଣ୍ଟ ଠାରୁ ଚାଉଳ ନେବା ପାଇଁ ମୁରାନ ନଦୀ ପାର ହୋଇ ଦୁଆରସୁଣୀ ପଞ୍ଚାୟତ କାର୍ଯ୍ୟାଳୟ କୁ ଶହେ ରୁ ଉର୍ଦ୍ଧ ହିତାଧିକାରୀ ଆସିଥିଲେ।ଦିନ ତମାମ ର ଅପେକ୍ଷା ପରେ ଅପର୍ହ୍ନ ୪ଟା ବେଳେ ଚାଉଳ ପାଇଲେ।ହେଲେ ଭୀଷଣ ବର୍ଷା କାରଣ ରୁ ଚାଉଳ ଧରି ନଦୀ ପାର ହୋଇ ନିଜ ଗାଁ କୁ ଫେରି ପାରି ନଥିଲେ ହିତାଧିକାରୀ। ଅନେକ ମହିଳା ନିଜ ନିଜ ଛୋଟ ଛୁଆ କୁ ଘରେ ଛାଡ଼ି ଆସିଥିବା ଦେଖା ଦେଇଥିଲା । ଏମାନେ ମୁରାନ ର ଗଛ ମୂଳେ ଫସି ରହିଥିବା ଦେଖା ଦେଇଥିଲା । ଭୋକ ଉପାସରେ ସମସ୍ତେ ନିଆ ଜାଳି ବେସାହାରା ଭାବେ ପଡି ରହିଥିଲେ।ଏମାନେ ହେଲେ ହଳଦୀ ଶୀଲ,ପଟିଆ ସିଲ, ମଣ୍ଡି ଘାଟି, କସା କେନ୍ଦୁ,ଏବଂ ନାର ଗାଁ ଅଞ୍ଚଳର ସହ ସହ ହିତାଧିକାରୀ। ଏମାନଙ୍କ ଅସୁବିଧାକୁ ନେଇ
ସ୍ଥାନୀୟ ସରପଞ୍ଚ ଏବଂ ଲୋକପ୍ରତିନିଧି ଙ୍କୁ ଯୋଗା ଯୋଗ କଲେ ବି କେହି ଏମାନଙ୍କ କଥା ଶୁଣିନଥିବା କହିଛନ୍ତି ହିତାଧିକାରୀ ମାନେ।

Leave a Reply

Your email address will not be published. Required fields are marked *