ଫୋକସ ପ୍ଲସ(ଝରୀଗାଁ)୧୦/୦୮/୨୦୨୨: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ତେଲନଦୀ ପଞ୍ଚାୟତ ର ଢେପଗୁଡା ଗ୍ରାମ। ଝରିଗାଁ ବ୍ଲକ ର ସିମାବର୍ତ୍ତି ଗାଁ,ଏଠି ୩୦୦ ରୁ ଉର୍ଦ୍ଧ ଲୋକେ ବସବାସ କରୁଥିବା ବେଳେ ବର୍ଷା ଦିନେ ବାଧକ ସାଜୁଛି ନଦୀ କାଟୁଛି ଲୋକଙ୍କ ବାଟ।ଆଦିବାସୀ ଙ୍କ ଜୀବନ ଜୀବିକା ବୋଲାଉ ଥିବାର ସହର ଉମରକୋଟ କୁ ସଂଯୋଗ କରେ ରାସ୍ତା ଦୂରତା ୧୪ କି.ମି ପଡୁଥିବାରୁ ଅଞ୍ଚଳ ର ଲମ୍ବିଦରା,ପିଟାସିଲ୍,ଡଙ୍ଗରିଗୁଡା ଗିଟିଗୁଡା,ରଙ୍ଗମାଟି,ସିଆଲିଡଙ୍ଗରି ,ଝାରବନ୍ଧ, ପରଡିଗୁଡା,ଝିଉଦରା ଗ୍ରାମ ର ଲୋକେ ରାସ୍ତା କୁ ଯାତାୟାତ ପାଇଁ ନିର୍ଭର କରିଆସୁଛନ୍ତି। କିନ୍ତୁ ବର୍ଷା ଦିନେ ପାଦେ ପାଦେ ବିପଦ ବୋଲି ଜାଣି ମଧ୍ୟ ନଦୀ ପାର ହୋଇ ଯାଇଥାନ୍ତି । ମଟର ସାଇକେଲ କୁ ଭରକରି ଲୋକେ ପାର କରନ୍ତି କେତେବେଳେ ନଦୀ ସ୍ରୋତ ଦେଖି ନଦୀ ରେ ମଧ୍ୟ ଗାଡ଼ି କୁ ପଶାଇ ପାର କରିଦିଅନ୍ତି । ଏହି ରାସ୍ତା ଦେଇ ପୁଅ ଝିଅ ପଢ଼ିବା ପାଇଁ ସ୍କୁଲ,କଲେଜ,ଯିବାକୁ ଯାତାୟାତ କରନ୍ତି । ଲୋକେ କହନ୍ତି ଆମ ଏହି ରାସ୍ତା ନିତିଦିନିଆ ବାଟରେ କଣ୍ଟା ଆସୁ କି ବିପଦ ଯିବାକୁ ହିଁ ତ ପଡିବ। ଅନ୍ୟ ଆଡୁ ବୁଲି କି ଗଲେ ୨୩ କିମି ରୁ ୨୫ କିମି ଉମରକୋଟ ଟାଉନ ପଡ଼ିଯାଏ। ଏହି ରାସ୍ତା କୁ ଆନେକ ଲୋକ ନିର୍ଭର କରିଆସୁଛନ୍ତି, ଗ୍ରାମବାସୀ ଦାବି କରନ୍ତି ସେତୁ ନିର୍ମାଣ କରାଯାଉ।ଆଉ ବୋହି ଯାଉଥିବା ନଦୀ ପାଣି ଭିତରୁ ଯାଉଥିବା ଜୀବନ ଗୁଡ଼ିକୁ ବିପଦ ରୁ ମୁକ୍ତି ଦିଅନ୍ତୁ ।ଗ୍ରାମବାସି ଙ୍କ ଦାବି ବିଜୁ ସେତୁ ଯୋଜନାରେ ହେଉ କି ପ୍ରାଧାମନ୍ତ୍ରୀ ସଡ଼କ ଯୋଜନାରେ ଏହି ରାସ୍ତା ନିର୍ମାଣ କରିବାପାଇଁ ଗ୍ରାମ ବାସିନ୍ଦା ନ ସୁବାଷ ସାନ୍ତା, ପ୍ରତାପ ପାଙ୍ଗି,ରଞ୍ଜନ ସାନ୍ତା.ସାଲୁ ପାଙ୍ଗି,ରୁପା ପାଙ୍ଗି,ସେମ୍ଭୁ ସାନ୍ତା, ପ୍ରଫୁଲ୍ଲ ପାଙ୍ଗି,ମିଶ୍ର ପାଙ୍ଗି,ସୁନ୍ଦୁରୁ ସାନ୍ତା,ରାଞ୍ଜୁ ସାନ୍ତା ଦୋରା ପାଙ୍ଗି କେଶବ ସାନ୍ତା ଦାବି କରିଛନ୍ତି |