ବସଷ୍ଟାଣ୍ଡ ନିର୍ମାଣ ପାଇଁ ଉଚ୍ଛେଦ କୁ ବିରୋଧ, ଜିଲ୍ଲାପାଳ ଙ୍କୁ ଭେଟିଲା ସହଦେବଖୁଣ୍ଟା ବଣିକ ସଂଘ

ଫୋକସ ପ୍ଲସ (ବାଲେଶ୍ୱର)୨୦/୦୭/୨୦୨୨: ବାଲେଶ୍ୱର ର ସହଦେବଖୁଣ୍ଟା ବସଟର୍ମିନାଲ କାମ ଆରମ୍ଭ ହୋଇଛି, ଏଥିପାଇଁ ସେଠାରେ ଦୋକାନ ହୋଇଥିବା କିଛି ଦୋକାନୀ ଙ୍କୁ ତୁରନ୍ତ ଉଠିଯିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନୋଟିସ ଦିଆଯାଇଛି। ଏହାକୁ ସହଦେବଖୁଣ୍ଟା ବଣିକ ସଂଘ ପକ୍ଷରୁ ବିରୋଧ କରାଯାଇଛି, ଏହି ନିଷ୍ପତ୍ତି ର ପୁର୍ନବିଚାର କରିବା ପାଇଁ ସଂଘ ର କର୍ମକର୍ତା ମାନେ ରଞ୍ଜନ ବାଗ ଙ୍କ ନେତୃତ୍ବରେ ଜିଲ୍ଲାପାଳ ଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ସେମାନଙ୍କ ଅଭିଯୋଗ ଓଏସଆରଟିସି ଜାଗା ରେ ସହଦେବଖୁଣ୍ଟା ବସଷ୍ଟାଣ୍ଡ ହୋଇଛି, ଏହି ବସଷ୍ଟାଣ୍ଡ ରେ 52ଜଣ ଦୋକାନୀ ଦୀର୍ଘ 25ବର୍ଷ ହେଲା, ଦୋକାନ ଦେଇ ନିଜର ପରିବାର ପ୍ରତିପୋଶଣ କରୁଛନ୍ତି। ଇଥିପାଇଁ ସେମାନେ ମାସିକ 500ରୁ1500 ଟଙ୍କା ପଯ୍ୟନ୍ତ ଓଏସଆରଟିସି ଦେଉଛନ୍ତି। ଏହାସ୍ୱେତେ ଦୋକାନୀ ମାନେ ବେଆଇନ ଭାବେ ସରକାରୀ ଜାଗା ଜବର୍ ଦଖଲକରିଥିବା ଜିଲ୍ଲା ପ୍ରଶାସନ ଦର୍ଶାଇଛି। ତିନି ଦିନ ମଧ୍ୟରେ ସେହି ସ୍ଥାନ ଛାଡିବାକୁ ନୋଟିସ ଦିଆଯାଇଛି। ଯାହାକି ବେଆଇନ ବୋଲି ସଙ୍ଘ ର କର୍ମକର୍ତା ଅଭିଯୋଗ କରିଥିଲେ। ଓ ଦୋକାନ ଗୁଡ଼ିକ ଭବିଶ୍ଵତ ଉପରେ ଗୁରୁତ୍ବ ଦେବାକୁ ସେମାନେ ନିବେଦନ କରିଛନ୍ତି।

ବାଲେଶ୍ୱର ରୁ ଗୁରୁ ପ୍ରସାଦ ବାରିକ୍ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *