ବସ ଡ୍ରାଇଭର ର ମରିଗଲା ମାନବିକତା

ଫୋକସ ପ୍ଲସ ୩/୨/୨୩(ଛତ୍ରପୁର):ଆଜିର ସମାଜରେ ନିଜ ସ୍ୱାର୍ଥ ଓ ସାଧନା ପାଇଁ ଧୀରେ ଧୀରେ ମାନବିକତା ଲୋପ ହେବାକୁ ବସିଲାଣି l ହଁ ଆଜ୍ଞା ,ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଂଜାମ ସହର ଜାତୀୟ ରାଜପଥ କଡରେ ଥିବା ଶନି ମନ୍ଦିର ନିକଟରେ l ଭୁବନେଶ୍ୱର ଏମ୍ସ (AIMS ) ମେଡିକାଲରୁ ବ୍ରହ୍ମପୁରକୁ ପାଟପୁର ଥାନା ଅନ୍ତର୍ଗତ ଗୌତମୀ ଗ୍ରାମପଞ୍ଚାୟତର ପଦନତୋଳା ଗ୍ରାମର ପୁଅ ସଜିତ୍ ସ୍ୱାଇଁ ,ମାଁ ରୁନୁ ସ୍ୱାଇଁ .ଯାହାଙ୍କ ବୟସ ୪୭ ଙ୍କୁ ନେଇ ଆସୁଥିବା ବେଳେ ରାସ୍ତାରେ ମାଁ କିଛି କଥା କହିନଥିଲେ l ପୁଅ, ମାଁ ଙ୍କ ଏପରି ଅବସ୍ଥା ବିଷୟରେ ବସ୍ ଡ୍ରାଇଭର ଓ କଣ୍ଡକ୍ଟର ଉଭୟଙ୍କୁ ଜଣାଇଲା ପରେ ,ସେମାନେ ମେଡିକାଲ ନେବା ପରିବର୍ତେ ଗଂଜାମ ସହର ପାର୍ଶ୍ଵରେ ଥିବା ଶନିମନ୍ଦିର ନିକଟ ଜାତୀୟ ରାଜପଥ -୧୬ କଡରେ ମାଁ ,ପୁଅକୁ ଓଲ୍ହାଇ ଦେଇ ଚାଲିଯାଇଥିଲେ l ଫଳରେ ମାଁର ମୃତ ଶରୀରକୁ ଧରି ପୁଅ କାନ୍ଦୁଥିବାର ଦେଖି ସ୍ଥାନୀୟ ଲୋକ ୧୧୨ କୁ ଜଣାଇଥିଲେ l ମାଁଙ୍କ ମୃତ ଶରୀରକୁ ଗାଁକୁ ନେବା ପାଇଁ ଅର୍ଥ ନଥିବାର ସ୍ଥାନୀୟ ଲୋକଙ୍କୁ ପୁଅ ସଜିତ୍ ଜଣାଇଲା ପରେ ଗଂଜାମ ସହର ଯୁବନେତା ସୁଧୀର ପାଢ଼ୀ ଓ ସନ୍ତୋଷ ଗୌଡ଼ ଉଭୟ ସହଯୋଗର ହାତ ବଢାଇଥିଲେ l ସେମାନେ ନିଜେ ଅର୍ଥ ପ୍ରଦାନ କରି ଆମ୍ବୁଲାନ୍ସ ଯୋଗେ ମୃତ ଶରୀରକୁ ପଠାଇବାର ବ୍ୟବସ୍ଥା କରିଥିଲେ l

Leave a Reply

Your email address will not be published. Required fields are marked *