ବହୁ ପ୍ରତିକ୍ଷୀତ ବସଷ୍ଟାଣ୍ଡ ଏବଂ ସ୍ପୋର୍ଟସ କମ୍ପ୍ଲେକ୍ସ ଉଦ୍ଘାଟିତ।

ଜୟପୁର୧୪/୦୩/୨୦୨୪: ବହୂ ପ୍ରତିକ୍ଷୀତ ଜୟପୁରର ନୂତନ ସରକାରୀ ବସଷ୍ଟାଣ୍ଡ ଏବଂ ସ୍ପୋର୍ଟସ କମ୍ପ୍ଲେକ୍ସ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଭିସି ମାଧ୍ୟମରେ ଉଦ୍ଘାଟିତ ହୋଇଛି। ଜୟପୁର ବସଷ୍ଟାଣ୍ଡଟି ପ୍ରାୟ ଦଶକୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଥିବା ବେଳେ ସ୍ପୋର୍ଟସ କମ୍ପ୍ଲେକ୍ସଟି ବହୂ ରାଶି ବ୍ୟୟ ଅଟକଳରେ ଦୁଇଟି ଯାକ ପ୍ରକଳ୍ପ ବହୂ ବର୍ଷ ଧରୀ ନିର୍ମାଣାଧୀନ ରହିଥିଲା, ତାହା ଉଦ୍ଘାଟିତ ହୋଇ ଲୋକାର୍ପିତ ହୋଇଛି।ବିଗତ ଦିନରେ ବସଷ୍ଟାଣ୍ଡ ଏବଂ ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ ନିମ୍ନମାନର ଏବଂ କାର୍ଯ୍ୟ ପ୍ରଗତି ବିଳମ୍ବିତ ହେଉଥିବା ବିଭିନ୍ନ ଗଣମାଧ୍ୟ୍ୟମ ପ୍ରକାଶିତ ହୋଇଥିବା ଉଭୟ ପ୍ରକଳ୍ପ ଲୋକାର୍ପିତ ହେବା ସହ କାର୍ଯ୍ୟକ୍ଷମ ହୋଇଥିବାରୁ ଖେଳ ପ୍ରେମୀ ଏବଂ ବସ ଯାତ୍ରୀ ଉପକୃତ ହେବେ ବୋଲି ମଞ୍ଚାସିନ ଖେଳ ମନ୍ତ୍ରୀ ତୁସାର କାନ୍ତି ବେହେରା,ବିଧାୟକ ତାରପ୍ରସାଦ ବାହିନୀପତି, ରଘୁରାମ ପଡ଼ାଲ,ପଦ୍ମିନୀ ଦୀୟାନ,kcc ବ୍ୟାଙ୍କ ଚେୟାରମେନ୍ ଈଶ୍ୱର ପାଣିଗ୍ରାହୀ, ମୂନ୍ସିପାଲ୍ଟି ଚେୟାରମେନ ନରେନ୍ଦ୍ର କୁମାର ମହାନ୍ତି, SDC ଚନ୍ଦ୍ର ଶେଖର ମାଝୀ, ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଳକା,କୋରାପୁଟ ଜିଲ୍ଲପାଳ ଭି କୀର୍ତ୍ତି ଭାସନ୍,ମୁନ୍ସିପାଲ୍ଟି ସ୍ମିତାରାଣୀ ଜେନା ପ୍ରମୁଖ କହିଥିଲେ।ମଞ୍ଚ ପରିଚାଳନା କରିଥିଲେ ମୁଂସିପାଲ୍ଟି ମୁଖ୍ୟ କିରାଣୀ ଗୋପାଳ ଚନ୍ଦ୍ର ସାହୁ,ଉଚ୍ଚ ଆକାଂକ୍ଷା ରଖି ରାଜ୍ୟ ସରକାରଙ୍କ ଦ୍ଵାରା ନିର୍ମିତ ଏହି bhn ଦୁଇଟି ପ୍ରକଳ୍ପ ନିର୍ମାଣର ମାନ କିଭଳି ରହିଛି ଆଗାମୀ ଦିନ ଗୁଡିକରେ ସାଧାରଣରେ ଦେଖିବାକୁ ବାକି ରହିଲା ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

Leave a Reply

Your email address will not be published. Required fields are marked *