ବୁଗୁଡା୩୦/୦୨/୨୦୨୪: ସରକାର ସୁନ୍ଦର ପରିବେଶ, ସୁସ୍ଥ ଜୀବନ ଗଠନ କରିବାପାଇଁ ମହାତ୍ମାଗାନ୍ଧୀ ଙ୍କ ନାମରେ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରି ଏହାର ପ୍ରଚାର ପ୍ରସାର ପାଇଁ ରାଜସ୍ୱ ଖର୍ଚ୍ଚ କରି ସ୍ୱଛତା ହିଁ ସେବା କାର୍ଯ୍ୟ କ୍ରମ କରୁଥିବାବେଳେ ପ୍ରକୃତରେ ଏହାର ବାସ୍ତବ ସ୍ଥିତି କିଛି ଅଲଗା !ଏହିଭଳି ନଗ୍ନ ଚିତ୍ର ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଗୋଲିଆ ପଞ୍ଚାୟତ ରଚିରିକିପଡା ଗ୍ରାମରେ !ଏହି ଗ୍ରାମର ମଇଳା ପାଣି ନିଷ୍କାସନପାଇଁ ନିର୍ମାଣ ହୋଇଥିବା ଡ୍ରେନେଜ ଗୁଡିକ ପୋତିହୋଇ ରହିଥିବାରୁ କୁଢ଼ କୁଢ଼ ଅଳିଆ ଆବର୍ଜନା ରାସ୍ତାରେ ଜମି ରହୁଛି,ଏଠାରେ ଆଲୋକୀ କରଣ ର ସୁବିଧା ନଥିବାରୁ ରାତିରେ ଯାତାୟତ କରୁଥିବା ପଥଚାରି ଏବଂ ଗ୍ରାମବାସୀ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଥିବାବେଳେ ଏହି ଆବର୍ଜନା ପରିବେଶ ପ୍ରଦୂଷଣର କାରଣ ହେଉଛି , ଆହୁରି ମଧ୍ୟ ପାନୀୟ ଜଳର ସୁବିଧା ନଥିବାରୁ ମହିଳା ମାନେ ପାଣି ଆଣିବାକୁ ଗଲେ ଏହି ମଇଳା ପାଣିକୁ ଚକୁଡି ଯିବାକୁ ପଡୁଛି,ଏହି ଚିତ୍ର ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚି ସୃଷ୍ଟି କରିଥିବାବେଳେ ଏହାର ପ୍ରତିକାର ପାଇଁ ଗ୍ରାମବାସୀ ଦାବି କରିଛନ୍ତି !