ବାଟ ଭୁଲିଗଲେ ମହିଳା

ଫୋକସ ପ୍ଲସ(ଭବାନୀପାଟଣା)୨୭/୦୮/୨୦୨୨: ଫୋକସ ପ୍ଲସ(ଭବାନୀପାଟଣା)୨୭/୦୮/୨୦୨୨: ବଲାଙ୍ଗୀର ଜିଲ୍ଲା ବିରିଘାଟର ଜଣେ ମାନସିକ ବିକୃତ ମହିଳା ଭୁଲବଶତଃ ଘରୁ ବାହାରକୁ ଆସିଥିଲେ l ପରେ ସେ ଏକ ଅଜଣା ଗାଡ଼ିରେ ଚଢି ଭବାନୀପାଟଣା ପଳେଇ ଆସିଥିଲେ l ସେଠାରେ ଓଲ୍ହାଇ ଚାଲି ଚାଲି ଭବାନୀପାଟଣା ବ୍ଳକ ଭତ୍ତାଗୁଡା ଗାଁ ଅଞ୍ଚଳ କୁ ପଳେଇ ଆସିଥିଲେ l ସେହି ଗାଁର କିଛି ଯୁବକ ତାଙ୍କୁ ଦେଖିବା ପରେ ତାଙ୍କୁ ଅଟକ ରଖି ସମାଜସେବୀ ଯଶୋବନ୍ତ ରଣା, ପ୍ରବୀଣ ସାଇ,ଗଣ୍ଡବାରଝୋଲା ସରପଞ୍ଚ ମୁରଲୀ ପ୍ରଧାନ ଙ୍କୁ ଜଣେଇଥିଲେ l ଖବର ପାଇ ଯଶୋବନ୍ତ ରଣା, ପ୍ରବୀଣ ସାଇ ଘଟଣା ସ୍ଥାନ କୁ ପହଂଚି ତାଙ୍କର ପରିଚୟ ପଚାରି ବୁଝିଥିଲେ l ତାଙ୍କର ନାଁ ରୁକୁଣି ବାରିକ ଘର ବଲାଙ୍ଗୀର ର ବିରିଘାଟ ର ବୋଲି ଜାଣିବା ପରେ ବଲାଙ୍ଗୀର ବ୍ଳକ ଅଞ୍ଚଳ ର କିଛି ସ୍ବେଛାସେବୀ ଙ୍କ ସହ ଯୋଗାଯୋଗ କରିଥିଲେ l ସେଠାକାର ପ୍ରେମ ରଣା ଙ୍କ ସହ ଯୋଗାଯୋଗ କରି ତାଙ୍କର ପରିବାର ର ନମ୍ବର ସଂଗ୍ରହ କରି ପରିବାର ସହିତ କଥା ହୋଇଥିଲେ ଯଶୋବନ୍ତ ରଣା l ପରିବାର ର ଅନୁରୋଧ କ୍ରମେ ତାଙ୍କୁ ସଦର ଥାନା ଆଇ. ଆଇ. ସି. ରଶ୍ମିତା ପ୍ରଧାନ ସହ ଙ୍କ ସହ ଯୋଗାଯୋଗ କରି ଗୋଟିଏ ରାତି ପାଇଁ ଭବାନୀପାଟଣା ସ୍ଥିତ ସାକ୍ଷୀ ହୋମ ରେ ରଖିବା ଲାଗି କହିଥିଲେ l ପୋଲିସ ଟିମ ଆସି ତାଙ୍କୁ ନେଇ ସାକ୍ଷୀ ହୋମ ରେ ରଖିଥିଲେ l ଆଜି ସଖାଳୁ ସଖାଳୁ ତାଙ୍କ ପୁଅ ଅନିଲ ବାରିକ ଆସିବା ପରେ ଉକ୍ତ ମହିଳାଙ୍କୁ ହସ୍ତାନ୍ତର କରା ଯାଇଥିଲା l ଏହି ସମୟ ରେ ସରପଞ୍ଚ ମୁରଲୀ ପ୍ରଧାନ, ସମାଜସେବୀ ଯଶୋବନ୍ତ ରଣା, ପ୍ରତାପ ସାହୁ, ବିନିତା ଦାସ ଉପସ୍ଥିତ ରହିଥିଲେ l ସମାଜସେବୀ ମାନଙ୍କ ଏହିପରି କାର୍ଯ୍ୟ କୁ ଅଞ୍ଚଳ ବାସି ସାଧୁବାଦ ଜଣେଇଛନ୍ତି l

Leave a Reply

Your email address will not be published. Required fields are marked *