ବାଟ ହୁଡୁଛି ଗ୍ରାମ୍ୟ ଉର୍ଣ୍ଣୟନ ବିଭାଗ

ଫୋକସ ପ୍ଲସ 18/11/22( ବିଂଝାରପୁର):ବାଟ ହୁଡୁଛି ଗ୍ରାମ୍ୟ ଉର୍ଣ୍ଣୟନ ବିଭାଗ। ବିଭାଗ ଓ ଠିକା ସଂସ୍ଥା ର ମିଳି ଭାଗତ ରେ ଚାଲିଛି ହରିଲୁଟ। ପୁଣି ଦିନ ଦୁଇ ପହର ଦିବା ଲୋକ ରେ। ସବୁ ଦେଖି ଚୁପ ବିଭାଗୀୟ ଅଧିକାରୀ । ଏ ଦୃଶ୍ୟ ହେଉଛି ଯାଜପୁର ଜିଲ୍ଲା ବିଂଝାରପୁର ଗ୍ରାମ୍ୟ ଉର୍ଣ୍ଣୟନ ବିଭାଗ ଅଧିନ ରେ ହେଉଥିବା ଉତଙ୍ଗରା ରୁ ଚିକଣା ରାସ୍ତା ର ପିଚୁ ମରାମତି କାର୍ଯ୍ୟ। ମରାମତି କାର୍ଯ୍ୟ ଯେତେ ସରି ସରି ଯାଉଛି ପିଚୁ ସେତେ ଫାଟି ଫାଟି ଯାଉଛି। ସବୁ ଦେଖି ଚୁପ ଆଉ ଅନ୍ଧ ହୋଇ ଦୂତ ରାଷ୍ଟ୍ର ସାଜିଛନ୍ତି ଗ୍ରାମ ଉର୍ଣ୍ଣୟନ ବିଭାଗ ର ଯନ୍ତ୍ରୀ। 20 mm ପିଚୁ ବଦଳ ରେ କେଇ ମୁଠା ଡଷ୍ଠ ଆଉ ଗୋଡି ପିଚୁ ଢାଳି ମୋଟା ଅଙ୍କର ବିଲ ନେବାକୁ ଚାଲିଛି ମସୁଧା। ଏମିତି କି କାର୍ଯ୍ୟ ନ ସରୁଣୁ କିଛି କିଛି ଜାଗା ରେ ଫାଟ ଦେଖାଗଲାଣି। କାର୍ଯ୍ୟ ସମୟ ରେ ତଦାରଖ କରିବା ପାଇଁ ବିଭାଗ ର ଅଧିକାରୀ ଉପସ୍ଥିତ ନରହିବା ନେଇ ଉଠିଛି ବଡ଼ ପ୍ରଶ୍ନ। ପ୍ରକୃତ ତଦନ୍ତ କଲେ ଏହି ରାସ୍ତା ର ଭବିଷ୍ୟ ଓ ସ୍ଥାୟୀତ୍ୱ ଏବେ ସନ୍ଦେହ ଘେର ଥିବା ବେଳେ ବିଂଝାରପୁର RD ବିଭାଗ ବୁଡି ରହିଛି ଦୁର୍ନୀତି ରେ। ସବୁ ଜାଣି ଠିକା ସଂସ୍ଥା କୁ ପ୍ରସୟ ଦେଉଛନ୍ତି ଖୋଦ ବିଭାଗୀୟ ଅଧିକାରୀ।

Leave a Reply

Your email address will not be published. Required fields are marked *